ଆବଶ୍ୟକ ସାମଗ୍ରୀ-
ଚାଉଳ, କଂଚା ଲଙ୍କା, କଂଚା ଆଳୁ, ଅଦା, ଜିରା, ତେଲ, ଲୁଣ, ମ୍ୟାଗି ମସଲା, ଭ୍ରୁସଙ୍ଗ ପତ୍ର, ରେଡ୍ ଚିଲ୍ଲୀ ଫ୍ଲେକ୍ସ, ଧନିଆ ପତ୍ର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଚାଉଳକୁ ଧୋଇ ଏକ ପାତ୍ରରେ ରଖିବେ । ଏହାପରେ ସେଥିରେ କଂଚା ଲଙ୍କା, ଅଦା, ଚୋପା ଛଡା କଂଚା କଟା ଆଳୁ ଏବଂ ଅଳ୍ପ ପାଣି ମିଶାଇ ଭଲଭାବେ ଗ୍ରାଇଣ୍ଡିଂ କରିବେ । ଏହାପରେ ଗ୍ୟାସ୍ରେ ପ୍ୟାନ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଜିରା ପକାଇ ଫୁଟାଇବେ । ଏହାପରେ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ଢାଳି ଭଲଭାବେ ଫୁଟିବାକୁ ଛଡିବେ । ଏହାପରେ ସେଥିରେ ଗ୍ରାଇଣ୍ଡିଂ କରିଥିବା ମିଶ୍ରଣକୁ ଅଳ୍ପ ଅଳ୍ପ ପକାଇ ଧିରେଧିରେ ଗୋଳାଇବେ । ଦେଖିବେ ଏହା ଖଳି ଭଳି ହୋଇ ଆସିଲେ , ଗ୍ୟାସ୍ ବନ୍ଦ କରି ଏହାକୁ ଥଣ୍ଡା ହେବାକୁ ଛାଡିବେ । ଥଣ୍ଡା ହେବାପରେ ହାତରେ ତାକୁ ଭଲଭାବେ ଚକଟିବେ । ଏହାପରେ ହାତରେ ଅଳ୍ପ ତେଲ ଲଗାଇ ଏହି ମିଶ୍ରଣରୁ ଅଳ୍ପ ଅଳ୍ପ ନେଇ ଛୋଟଛୋଟ ବଲ ପ୍ରସ୍ତୁତ କରିବେ । ଏହାପରେ ଗ୍ୟାସ୍ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହୋଇ ଆସିଲେ ସେଥିରେ ଏହି ବଲ୍ ପକାଇ ହାଲ୍କା ଫ୍ରାଏ କରି ଏକ ପ୍ଳେଟକୁ କାଢିବେ । ଏହାପରେ ଗ୍ୟାସ୍ରେ ଆଉ ଏକ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଭ୍ରୁସଙ୍ଗ ପତ୍ର ଏବଂ ରେଡ୍ ଚିଲ୍ଲୀ ଫ୍ଲେ୍ସ ପକାଇ ଫ୍ରାଏ କରିବେ । ଏହାପରେ ସେଥିରେ ମ୍ୟାଗି ମସଲା ପକାଇ ମିକ୍ସ କରିବେ । ତାପରେ ସେଥିରେ ଫ୍ରାଏ କରି ରଖିଥିବା ବଲ ଏବଂ ଧନିଆ ପତ୍ର ପକାଇ ଭଲଭାବେ ମିକ୍ସ କରି ଏକ ପାତ୍ରକୁ କାଢିବେ । ପ୍ରସ୍ତୁତ ହୋଇଗଲା ଚାଉଳ-ଆଳୁ ମସଲା ବରା । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।