କ୍ଷୀର, ଚିନି, ଭିନେଗାର, ମଇଦା ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସରେ କଡେଇ ବସେଇ କ୍ଷୀର ଢାଳି ଫୁଟାଇବେ । କ୍ଷୀର ଭଲଭାବେ ଫୁଟିଯିବା ପରେ ଗ୍ୟାସ୍ ବନ୍ଦ କରି ସେଥିରେ ଭିନେଗାର ପକାଇବେ । ଏହାପରେ ତାକୁ ଧିରେଧିରେ ଗୋଳାଇବେ । କିଛି ସମୟ ଏହାକୁ ଗୋଳାଇବା ପରେ ସେଥିରେ ସାଧା ପାଣି ଢାଳିବେ । ତାପରେ ଏକ ବଡ ପାତ୍ର ନେଇ ,ତା ଉପରେ ଏକ ପତଳା ସଫା କପଡା ପକାଇ , ତା ଉପରେ ଏହାକୁ ଢାଳିବେ । ତାପରେ କପଡାକୁ ଜୋର କରି ବାନ୍ଧିବେ । ଯେପରିକି ସେଥିରୁ ସବୁ ପାଣି ବାହାରି ଯିବ । ଏହାପରେ କପଡାରୁ ଛେନାକୁ କାଢି ,ଏକ ପାତ୍ରରେ ରଖି, ଭଲଭାବେ ତାକୁ ଚକଟିବେ । ଏହା ସମ୍ପୂର୍ଣ୍ଣ ନରମ ହେବାପରେ, ହାତରେ ଏହାକୁ ନେଇ ଛୋଟ ଛୋଟ ବଲ ପ୍ରସ୍ତୁତ କରିବେ । ଏହାପରେ ଗ୍ୟାସରେ ଆଉ ଏକ କଡେଇ ବସେଇ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ଢାଳିବେ । ତାପରେ ସେଥିରେ ଚିନି ପକାଇ ଭଲଭାବେ ମିକ୍ସ କରିବେ । ଦେଖିବେ ଶିରା ପ୍ରସ୍ତୁତ ହୋଇ ଆସିଲେ, ସେଥିରେ ପ୍ରସ୍ତୁତ କରି ରଖିଥିବା ବଲ ପକାଇ ବୁଡାଇବେ । ଏହାପରେ ଏକ ଛୋଟ ପାତ୍ରରେ କିଛି ମଇଦା ନେଇ , ସେଥିରେ ପାଣି ଢାଳି ମିକ୍ସ କରି,ଗ୍ୟାସରେ ବସିଥିବା ଶିରାରେ ପକାଇ ମିକ୍ସ କରିବେ । ତାପରେ ଗ୍ୟାସରେ ବସିଥିବା ଶିରାରୁ ଅଳ୍ପ ଶିରା ବାହାର କରି ଆଉ ଏକ ପାତ୍ରରେ ରଖିବେ । ତାପରେ ସେଥିରେ ଅଳ୍ପ ପାଣି ଢାଳି ମିଶାଇବେ । ତାପରେ ଗ୍ୟାସ୍ ବନ୍ଦ କରି ସେଥିରୁ ରସଗୋଲାକୁ କାଢି ବାହାରେ ପ୍ରସ୍ତୁତ କରିଥିବା ଶିରାରେ ପକାଇବେ । ପ୍ରସ୍ତୁତ ହୋଇଗଲା ରସଗୋଲା । ଏବେ ଏହାର ମଜା ନେଇ ପାରିବେ ।