ଫୁଲକୋବି, ସୋରିଷ ତେଲ, ଜିରା, କଂଚା ଲଙ୍କା, ଭ୍ରୁସଙ୍ଗ ପତ୍ର, ପିଆଜ, ଟମାଟୋ, ହଳଦୀ ପାଉଡର, ଜିରା ପାଉଡର, ଗରମ ମସଲା, ଚାଟ୍ ମସଲା, କସ୍ତୁରୀ ମେଥି ,ଗ୍ରୀନ୍ ମଟର, ଦହି, ଲୁଣ, ଧନିଆ ପତ୍ର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଏକ ପାତ୍ରରେ ଟକ୍ମକ୍ ହୋଇ ଫୁଟୁଥିବା ଗରମ ପାଣି ନେଇ ସେଥିରେ ଗୋଟା ଫୁଲକୋବି ପକାଇ ୧୦ ରୁ ୧୫ ମିନିଟ ଯାଏଁ ଛାଡିବେ । ଏହାପରେ ପାଣିରୁ ଫୁଲକୋବି ବାହାର କରି ଏକ ପାତ୍ରରେ ରଖିବେ । କୋବି ଥଣ୍ଡା ହେବାପରେ କୋବି ଚାରିପଟେ ସୋରିଷ ତେଲ ଲଗାଇବେ । ଏହାପରେ ଗ୍ୟାସ୍ ଅନ୍ କରି ଏକ ଜାଲି ସାହାଯ୍ୟରେ ଏହି ଫୁଲକୋବିର ଚାରିପାଖ ସେକିବେ । ଚାରିପାଖ ଭଲଭାବେ ସେକି ହେବାପରେ ଫୁଲକୋବିକୁ କାଢିବେ । ଏହାପରେ ଗ୍ୟାସରେ ପ୍ୟାନ୍ ବସେଇ ସୋରିଷ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଜିରା, କଟା କଂଚା ଲଙ୍କା, ଭ୍ରୁସଙ୍ଗ ପତ୍ର ପକାଇ ଫ୍ରାଏ କରିବେ । ଏହାପରେ ସେଥିରେ କଟା ପିଆଜ ପକାଇ ଫ୍ରାଏ କରିବେ । ଦେଖିବେ ପିଆଜ ଫ୍ରାଏ ହୋଇ ଆସିଲେ ସେଥିରେ କଟା ଟମାଟୋ ଅଦା-ରସୁଣ ଛେଚା ପକାଇ ମିକ୍ସ କରିବେ । ଟମାଟୋ ମେଲ୍ଟ ହୋଇ ଆସିଲେ ସେଥିରେ ହଳଦୀ ପାଉଡର, ଜିରା ପାଉଡର, ଗରମ ମସଲା, ଚାଟ୍ ମସଲା, କସ୍ତୁରୀ ମେଥି ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଗ୍ରୀନ୍ ମଟର ଏବଂ ଅଳ୍ପ ପାଣି ଦେଇ କିଛି ସମୟ ଛାଡିବେ । ଏହାପରେ ସେଥିରେ ଦହି ପକାଇ ମିକ୍ସ କରିବେ । ତାପରେ ସେଥିରେ ସେକି ରଖିଥିବା ଫୁଲକୋବିକୁ କାଟି ସେଥିରେ ପକାଇ ମିକ୍ସ କରିବେ । ତାପରେ ସେଥିରେ ଲୁଣ ପକାଇ ଘୋଡଣୀ ଘୋଡାଇ କିଛି ସମୟ ଏହା ଭଲଭାବେ ସିଝିବାକୁ ଛାଡିବେ । ଦେଖିବେ ଏହା ଭଲଭାବେ ସିଝିଯିବା ପରେ ସେଥିରେ କିଛି କଟା ଧନିଆ ପତ୍ର ପକାଇ ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ରୋଷ୍ଟେଡ୍ ଫୁଲକୋବି ମସଲା । ଏବେ ଏହାର ମଜା ନେଇ ପାରିବେ ।