ରୋଟି, ଚିନି, କ୍ଷୀର, ଗୁଜୁରାତି ଗୁଣ୍ଡ, ଲୁଣ, ଘିଅ, କାଜୁ, ପିସ୍ତାବାଦାମ୍ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ରୋଟିକୁ ଛୋଟଛୋଟ ଟୁକୁଡା କରି ଛିଡାଇ ଗ୍ରାଇଣ୍ଡିଂ କରିବେ । ଏହାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ ଘିଅ ପକାଇବେ । ଘିଅ ଗରମ ହେବା ପରେ ସେଥିରେ ଗ୍ରାଇଣ୍ଡିଂ କରିଥିବା ରୁଟି ପକାଇ ୨ ରୁ ୩ ମିନିଟ ଯାଏଁ ଫ୍ରାଏ କରିବେ । ତାପରେ ସେଥିରେ କ୍ଷୀର ଢାଳି ଭଲଭାବେ ଗୋଳାଇବେ । ଏହାପରେ ସେଥିରେ ଚିନି, ଗୁଜୁରାତି ଗୁଣ୍ଡ ପକାଇ ଭଲଭାବେ ମିକ୍ସ କରିବେ । ତାପରେ ସେଥିରେ ଚିମୁଟାଏ ଲୁଣ, କଟା କାଜୁ, କଟା ପିସ୍ତାବାଦାମ୍ ପକାଇ ଭଲଭାବେ ମିକ୍ସ କରିବେ । ୨ ରୁ ୩ ମିନିଟ ଯାଏଁ ଗୋଳାଇବା ପରେ ଗ୍ୟାସ୍ ବନ୍ଦ କରି ଏକ ପାତ୍ରକୁ କାଢିବେ । ଏହାପରେ ତା ଉପରେ ଆଉ କିଛି କଟା କାଜୁ ଓ ପିସ୍ତାବାଦାମ୍ ପକାଇବେ । ପ୍ରସ୍ତୁତ ହୋଇଗଲା ରୋଟି ହାଲୁଆ । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।