ଆବଶ୍ୟକ ସାମଗ୍ରୀ-
ପନିର୍, କୋଶଳା ଶାଗ, ତେଲ, ଜିରା, କଂଚା ଲଙ୍କା, ଅଦା, ରସୁଣ, ପିଆଜ, ଟମାଟୋ, ଲୁଣ, ଫ୍ରେଶ୍ କ୍ରୀମ୍, ଲଙ୍କା ପାଉଡର, ହଳଦୀ ପାଉଡର, ଧନିଆ ପାଉଡର, ପନିର ମସଲା ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସ୍ରେ କଡେଇ ବସେଇ ପାଣି ଗରମ କରିବେ । ପାଣି ଗରମ ହେବପରେ ସେଥିରେ କୋଶଳା ଶାଗକୁ ଧୋଇ ପକାଇବେ । ଏହାପରେ ଗରମ ପାଣିରୁ ଶାଗକୁ ଛାଣି ଆଉ ଏକ ଥଣ୍ଡା ପାଣି ପାତ୍ରରେ ପକାଇବେ । ଏହାପରେ ଥଣ୍ଡା ପାଣିରୁ କାଢି ଶାଗକୁ ଗ୍ରାଇଣ୍ଡିଂ କରିବେ । ଏହାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଗୋଟା ଜିରା , କଟା କଂଚା ଲଙ୍କା, କଟା ଅଦା, ରସୁଣ ଛେଚା ପକାଇ ଫ୍ରାଏ କରିବେ । ଏହାପରେ ସେଥିରେ କଟା ପିଆଜ ପକାଇ ଫ୍ରାଏ କରିବେ । ଦେଖିବେ ପିଆଜ ହାଲ୍କା ଫ୍ରାଏ ହୋଇ ଆସିଲେ, ସେଥିରେ କଟା ଟମାଟୋ ପକାଇ ମିକ୍ସ କରିବେ । ଟମାଟୋ ମେଲ୍ଟ ହୋଇ ଆସିଲେ ସେଥିରେ ଲୁଣ, ଲଙ୍କା ପାଉଡର, ହଳଦୀ ପାଉଡର, ଧନିଆ ପାଉଡର, ପନିର ମସଲା ପକାଇ ଭଲଭାବେ ମିକ୍ସ କରିବେ । ତାପରେ ସେଥିରେ ଗ୍ରାଇଣ୍ଡିଂ କରି ରଖିଥିବା ଶାଗକୁ ପକାଇ ୩ ରୁ ୪ ମିନିଟ ଗୋଳାଇବେ । ଏହାପରେ ସେଥିରେ କଟା କଂଚା ପନିର ପକାଇ ମିକ୍ସ କରି ସେଥିରେ ଅଳ୍ପ ଫ୍ରେଶ୍ କ୍ରୀମ୍ ପକାଇ ଭଲଭାବେ ଗୋଳାଇବେ । ତାପରେ ଗ୍ୟାସ୍ ବନ୍ଦ କରି ଏକ ପାତ୍ରକୁ କାଢିବେ । ପ୍ରସ୍ତୁତ ହୋଇଗଲା ଶାଗ ପନିର୍ । ଏବେ ଏହାର ମଜା ନେଇ ପାରିବେ ।