ସାଗୁ, ଜୀରା, ଗୋଲମରିଚ ଗୁଣ୍ଡ, ଟମାଟୋ, ଲୁଣ, ଡାଳିମ୍ବ, କଂଚାଲଙ୍କା, ଧନିଆ ପତ୍ର ।
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ସାଗୁକୁ ପୂର୍ବ ରାତିରୁ ଭିଜାଇ ରଖିବେ । ପରଦିନ ପାଣିରୁ ସାଗୁ ଛାଣି ତେଲରେ ଫ୍ରାଏ କରି ରଖିବେ । ଅନ୍ୟପଟେ ଆଉ ଏକ ପ୍ୟାନ ବସାଇ ସେଥିରେ ତେଲ ପକାଇବେ । ତେଲ ଗରମ ହେବା ପରେ ସେଥିରେ ଗୋଟା ଜୀରା, କଟା କଂଚାଲଙ୍କା, କଟା ଟମାଟୋ, ଲୁଣ, ଗୋଲମରିଚ ଗୁଣ୍ଡ ପକାଇ ମିକ୍ସ କରିବେ । ଅଳ୍ପ ସମୟ ପରେ ସେଥିରେ ଫ୍ରାଇ କରି ରଖିଥିବା ସାଗୁ ପକାଇ ମିକ୍ସ କରି ଏକପାତ୍ରକୁ କାଢିବେ । ଏହା ଉପରେ କିଛି ଡାଳିମ୍ବ ଓ ଧନିଆ ପତ୍ର ପକାଇବେ । ପ୍ରସ୍ତୁତ ହୋଇଗଲା ସାଗୁ ଚଟ୍ପଟା । ଗରମ ଗରମ ଏହାକୁ ସକାଳ ଜଳଖିଆ କିମ୍ବା ସଂଧ୍ୟା ଜଳଖିବା ବା ରାତ୍ରି ଭୋଜନରେ ଖାଇ ପାରିବେ ।