ଆବଶ୍ୟକ ସାମଗ୍ରୀ-
ଛୋଟ ଦାନା ସାଗୁ, ଚିନି, ମଗଜ, କେଶର, ଘିଅ, ଗୁଜୁରାତି ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଏକ ପାତ୍ରରେ ଛେଟୋ ସାଗୁ ଦାନା ନେଇ ସେଥିରେ ପାଣି ଢାଳି ପରିଷ୍କାର କରି ଧୋଇବେ । ଏହାପରେ ସେଥିରେ ପୁଣି ପାଣି ପୁରାଇ ୪ ରୁ ୫ ଘଂଟା ଭିଜିବାକୁ ଛାଡିବେ । ଏହାପରେ ପାଣିରୁ ସାଗୁକୁ ଛାଣି , ଆଉ ଏକ ପାତ୍ରରେ ରଖିବେ । ତାପରେ ଚିନି ଏବଂ ଗୁଜୁରାତି ମଞ୍ଜିକୁ ଏକାଠି ମିଶାଇ ଗ୍ରାଇଣ୍ଡିଂ କରିବେ । ଏହାପରେ ଗ୍ୟାସ୍ରେ କଡେଇ ବସେଇ ମଗଜ ପକାଇ ହାଲ୍କା ଭାଜିବେ । ଏହାପରେ ସେହି କଡେଇରେ ଘିଅ ପକାଇବେ । ଘିଅ ଗରମ ହେବାପରେ ସେଥିରେ ପାଣିରୁ ଛାଣି ରଖିଥିବା ସାଗୁ ପକାଇ ଫ୍ରାଏ କରିବେ । ଦେଖିବେ ସାଗୁ ଅଳ୍ପ ଅଠା ଅଠା ହୋଇ ଆସିଲେ ସେଥିରେ ଗ୍ରାଇଣ୍ଡିଂ କରିଥିବା ଚିନି ପକାଇ ମିକ୍ସ କରିବେ । ଏହାପରେ ସେଥିରେ କେଶର ପକାଇ ମିକ୍ସ କରିବେ । ତାପରେ ସେଥିରେ ଫ୍ରାଏ କରି ରଖିଥିବା ମଗଜ ପକାଇ ଗୋଳାଇବେ । ଏହାପରେ ସେଥିରେ ଆଉ ଅଳ୍ପ ଘିଅ ପକାଇ ମିକ୍ସ କରିବେ । ଏହାପରେ ତାକୁ ଥଣ୍ଡା ହେବାକୁ ଛାଡିବେ । ଦେଖିବେ ଏହା ଥଣ୍ଡା ହେବାପରେ , ହାତରେ ଅଳ୍ପ ଘିଅ ଲଗାଇ ଅଳ୍ପ ଅଳ୍ପ ଏହି ମିକ୍ସଚର ନେଇ ଛୋଟଛୋଟ ଲଡୁ ପ୍ରସ୍ତୁତ କରିବେ । ପ୍ରସ୍ତୁତ ହୋଇଗଲା ସାଗୁ ଲଡୁ । ଏବେ ଏହାର ମଜା ନେଇ ପାରିବେ ।