ଆବଶ୍ୟକ ସାମଗ୍ରୀ-
ସିଙ୍ଗଡା, ପିଆଜ, ଟମାଟୋ, ବଟର, କଂଚା ଲଙ୍କା, ଲୁଣ, ଜିରା ଗୁଣ୍ଡ, ଅଦା-ରସୁଣ ପେଷ୍ଟ, ସିଝା ମଟର, ଚାଟ୍ ମସଲା, ଧନିଆ ପତ୍ର, ତେନ୍ତୁଳୀ ପେଷ୍ଟ, ପୁଦିନା ଚଟଣୀ, ଝୁରୀ ଭଜା, ଡାଳିମ୍ବ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସ୍ରେ ତାୱା ବସେଇ ସେଥିରେ ଛୋଟଛୋଟ କଟା ହୋଇଥିବା ପିଆଜ,କଟା ଟମାଟୋ ଏବଂ ତା ଉପରେ ବଟର ପକାଇ ମିକ୍ସ କରିବେ । ଏହାପରେ ସେଥିରେ କଟା କଂଚା ଲଙ୍କା ଏବଂ ଲୁଣ ପକାଇ ଭଲଭାବେ ମିକ୍ସ କରିବେ । ତାପରେ ସେଥିରେ ଜିରା ଗୁଣ୍ଡ ,ଅଦା ରସୁଣ ପେଷ୍ଟ ପକାଇ ୧ ରୁ ୨ ମିନିଟ ଯାଏଁ ଫ୍ରାଏ କରିବେ । ଏହାପରେ ସେଥିରେ ଅଳ୍ପ ପାଣି ପକାଇ ମିକ୍ସ କରିବେ । ଏହାପରେ ସେଥିରେ ସିଝା ମଟର ପକାଇ ଭଲଭାବେ ଗୋଳାଇବେ । ତାପରେ ସେଥିରେ କଟା ଧନିଆ ପତ୍ର ଏବଂ ତେନ୍ତୁଳୀ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ପୁଣି ଅଳ୍ପ ବଟର ପକାଇବେ । ବଟର ମେଲ୍ଟ ହେବାପରେ ସେଥିରେ ସିଙ୍ଗଡାକୁ ଭାଙ୍ଗି ପକାଇବେ । ଏହାପରେ ପୁଣି ସେଥିରେ ଅଳ୍ପ ପାଣି ଦେଇ ଗୋଳାଇବେ । ଏହାପରେ କଟା ଧନିଆ ପତ୍ର,ଚାଟ୍ ମସଲା ଏବଂ ଲୁଣ ପକାଇ ଭଲଭାବେ ମିକ୍ସ କରି ଗ୍ୟାସ୍ ବନ୍ଦ କରି ଏକ ପାତ୍ର କୁ କାଢିବେ । ଏହାପରେ ତା ଉପରେ କିଛି କଟା ପିଆଜ, ପୁଦିନା ଚଟଣୀ ,ତେନ୍ତୁଳୀ ଚଟଣୀ,ଝୁରୀ ଭଜା,ଡାଳିମ୍ବ ପକାଇବେ । ପ୍ରସ୍ତୁତ ହୋଇଗଲା ସମୋସା ଚାଟ୍ ।