ଲାଉ, କାଜୁ, ପିଆଜ, ଅଦା, ରସୁଣ, ଟମାଟୋ, ଡାଲଚିନି, ତେଜପତ୍ର, ଲଙ୍କା ପାଉଡର୍, ହଳଦୀ ପାଉଡର, ଲୁଣ, ତେଲ, ଫ୍ରେଶ୍ କ୍ରୀମ୍, ମହୁ, ଗୁଜୁରାତି, ମଗଜ, କଂଚା ଲଙ୍କା, ଧନିଆ ପତ୍ର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସ୍ରେ କୁକର୍ ବସେଇ ସେଥିରେ କଟା ପିଆଜ ଅଦା, ରସୁଣ, କାଜୁ ଗୁଜୁରାତି, ମଗଜ, କଂଚା ଲଙ୍କା, ଲୁଣ, ହଳଦୀ ପାଉଡର ଏବଂ ପାଣି ମିଶାଇ ସିଝାଇବେ । ଦେଖିବେ ଏହା ସିଝିଯିବା ପରେ ଗ୍ୟାସ୍ ବନ୍ଦ କରିବେ । ଏହା ଥଣ୍ଡା ହେବା ପରେ ତାକୁ ଗ୍ରାଇଣ୍ଡିଂ କରି ରଖିବେ । ଏହାପରେ ଲାଉକୁ ଧୋଇ ତାର ଚୋପା ଛଡେଇବେ । ତାପରେ ଛୋଟଛୋଟ କରି କାଟିବେ । ଏହାପରେ ଗ୍ୟାସ୍ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଡାଲଚିନି, ତେଜପତ୍ର ଏବଂ କଟା ଟମାଟୋ ପକାଇ ଫ୍ରାଏ କରିବେ । ଦେଖିବେ ଟମାଟୋ ମେଲ୍ଟ ହୋଇ ଆସିଲେ ସେଥିରେ, କାଟି ରଖିଥିବା ଲାଉ ପକାଇ ୧ ରୁ ୨ ମିନିଟ ଯାଏଁ କଷିବେ । ଏହାପରେ ସେଥିରେ ଲଙ୍କା ପାଉଡର, ହଳଦୀ ପାଉଡର ପକାଇ ଲାଉ ସିଝିବା ଯାଏଁ ଛାଡିବେ । ତାପରେ ଫ୍ରାଏ କରିବେ । ଏହାପରେ ସେଥିରେ ଗ୍ରାଇଣ୍ଡିଂ କରି ରଖିଥିବା ମିଶ୍ରଣ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ଫ୍ରେଶ୍ କ୍ରୀମ୍, ମହୁ, ଅଳ୍ପ କଟା ଧନିଆ ପତ୍ର ପକାଇ ମିକ୍ସ କରିବେ । ଏହାପରେ ସେଥିରେ ସ୍ୱାଦ ଅନୁଯାୟୀ ଲୁଣ ପକାଇ ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ସାହି ଲାଉ । ଏବେ ଏହାର ମଜା ନେଇ ପାରିବେ ।