ଆବଶ୍ୟକ ସାମଗ୍ରୀ-
ଷ୍ଟ୍ରବେରୀ, ମ୍ୟାଙ୍ଗ ଜୁସ୍, ପୋଦିନା ପତ୍ର, ବରଫ, ଗରମ କୋଇଲା, ଲେମ୍ବୁ ରସ, ସ୍ପ୍ରାଇଟ୍ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଷ୍ଟ୍ରବେରୀକୁ ଛୋଟଛୋଟ କାଟି ଏକ ପାତ୍ରରେ ରଖିବେ । ଏହାପରେ ସେଥିରେ କିଛି ପୋଦିନା ପତ୍ର ନେବେ । ଏହାପରେ ସେଥିରେ ଲେମ୍ବୁ ରସ ଚିପୁଡି ଏକ କୁଟା ଯାହାଯ୍ୟରେ ପ୍ରେସ୍ କରିବେ । ଏହାପରେ ସେଥିରେ ମ୍ୟାଙ୍ଗ ଜୁସ୍ ଢାଳି ଭଲଭାବେ ମିକ୍ସ କରିବେ । ଏହାପରେ ଆଉ ଏକ କାଚ ଗ୍ଲାସ୍ ଆଣି ସେଥିରେ ଏକ ଛଣା ସାହଯ୍ୟରେ ପ୍ରସ୍ତୁତ କରିଥିବା ମିଶ୍ରଣକୁ ଛାଣି ଢାଳିବେ । ଏହାପରେ ଏକ ଛୋଟ ପାତ୍ରରେ ଏକ ଗରମ କୋଇଲା ଆଣି ସେହି ପାତ୍ରକୁ ଗ୍ଲାସ ଭିତରେ ଅଳ୍ପ ସମୟ ବୁଡାଇ ବାହାର କରିବେ । ଦେଖିବେ ସେଥିରୁ ଧୂଆ ବାହାରିବ । ଏହାପରେ ଆଉ ଏକ କାଚ ଗ୍ଲାସ୍ ଆଣି ସେଥିରେ ବରଫ ନେବେ । ଏହାପରେ ସେଥିରେ ପତଳା ପତଳା କଟା ହୋଇଥିବା ଲେମ୍ବୁ ,ଷ୍ଟ୍ରବେରୀ,ପୋଦିନା ପତ୍ର ଏବଂ ପ୍ରସ୍ତୁତ ହୋଇଥିବା ଜୁସ୍ ପକାଇବେ । ତାପରେ ସେଥିରେ ଅଳ୍ପ ସ୍ପ୍ରାଇଟ୍ ପକାଇ ମିକ୍ସ କରିବେ । ପ୍ରସ୍ତୁତ ହୋଇଗଲା ସ୍ମୋକେଡ୍ ଷ୍ଟ୍ରବେରୀ-ମ୍ୟାଙ୍ଗ ଜୁସ୍ । ଏବେ ଏହାର ମଜା ନେଇ ପାରିବେ ।