ସୋୟାବିନ, ତେଲ, ଲୁଣ, ହଳଦୀ ପାଉଡର, ଲଙ୍କା ପାଉଡର, ଜିରା ପାଉଡର, ଧନିଆ ପାଉଡର, ପାଓଭାଜି ମସଲା, ଭ୍ରୁସଙ୍ଗ ପତ୍ର, ଧନିଆ ପତ୍ର, ଜିରା, କଂଚା ଲଙ୍କା, ଶୁଖିଲା ଲଙ୍କା, ଚିଲ୍ଲୀ ଫ୍ଲେକ୍ସ, ପିଆଜ, ରସୁଣ, ଅଦା , ଟମାଟୋ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ସୋୟାବିନକୁ ଗରମ ପାଣିରେ କିଛି ସମୟ ପକାଇ ରଖିବେ । ପରେ ପାଣିରୁ ଛାଣି ଚିପୁଡି ଆଉ ଏକ ପାତ୍ରରେ ରଖିବେ । ତାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ସୋୟାବିନକୁ ପକାଇ , ସେଥିରେ ଅଳ୍ପ ହଳଦୀ ପାଉଡର, ଲୁଣ ପକାଇ ଫ୍ରାଏ କରିବେ । ଏହା ଫ୍ରାଏ ହେବା ପରେ ତାକୁ ଏକ ପାତ୍ରକୁ କାଢି ରଖିବେ । ତାପରେ ପୁଣି ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବା ପରେ ସେଥିରେ ଜିରା, କଟା କଂଚା ଲଙ୍କା, ଶୁଖିଲା ଲଙ୍କା, କଟା ରସୁଣ, କଟା ଅଦା, ଭ୍ରୁସଙ୍ଗ ପକାଇ ଭାଜିବେ । ତାପରେ ସେଥିରେ ବଡ ବଡ କଟା ହୋଇଥିବା ପିଆଜ ପକାଇବେ । ମନେ ରଖିବେ ପିଆଜର ପରିମାଣ ଅଧିକା ରହିବା ଆବଶ୍ୟକ । ଦେଖିବେ ପିଆଜ ଅଳ୍ପ ଭାଜି ହୋଇ ଆସିଲେ, ସେଥିରେ କଟା ଟମାଟୋ ପକାଇ ମିକ୍ସ କରିବେ । ଟମାଟୋ ଅଳ୍ପ ସିଝି ଆସିଲେ, ସେଥିରେ ଅଳ୍ପ ହଳଦୀ ପାଉଡର, ଲଙ୍କା ପାଉଡର, ଧନିଆ ପାଉଡର, ଜିରା ପାଉଡର, ପାଓଭାଜି ମସଲା, ଚିଲ୍ଲୀ ଫ୍ଲେକ୍ସ ଓ ଲୁଣ ପକାଇ ମିକ୍ସ କରିବେ । ତାପରେ ସେଥିରେ ଭାଜି ରଖିଥିବା ସୋୟାବିନ୍ ପକାଇ ମିକ୍ସ କରି, ଗ୍ୟାସ୍ ବନ୍ଦ କରିବେ । ଏହାପରେ ତା ଉପରେ କିଛି କଟା ଧନିଆ ପତ୍ର ପକାଇବେ । ପ୍ରସ୍ତୁତ ହୋଇଗଲା ସୋୟାବିନ୍ ଦୋ-ପ୍ୟାଜା । ଏବେ ଏହାର ମଜା ନେଇ ପାରିବେ ।