ସୋୟାବଡି, ଭିନେଗାର, ସୁଜି, ଲୁଣ, ତେଲ, ରସୁଣ ପେଷ୍ଟ, ଗୋଲମରିଚ ଗୁଣ୍ଡ, ପିଆଜ, ଲେମ୍ବୁ, ଲଙ୍କାଗୁଣ୍ଡ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ସୋୟାବଡିକୁ ତେଲରେ କଡାକରି ଫ୍ରାଏ କରିବେ । ଫ୍ରାଏ ହୋଇ ସାରିବା ପରେ ତାକୁ ନେଇ ଗ୍ରାଇଣ୍ଡିଂ କରିବେ । ଦେଖିବେ ଯେମିତି ଛୋଟ ଛୋଟ ଖଣ୍ଡ ହେବା ଭଳି ଗ୍ରାଇଣ୍ଡିଂ କରିବେ । ଏହାପରେ ଏକ ପାତ୍ରରେ ଗ୍ରାଇଣ୍ଡିଂ ହୋଇଥିବା ସୋୟାବଡି, ଅଳ୍ପ ଭିନେଗାର, ରସୁଣ ପେଷ୍ଟ, ଲଙ୍କାଗୁଣ୍ଡ, ଲୁଣ, ଗୋଲମରିଚ ଗୁଣ୍ଡ ପକାଇ ମିକ୍ସ କରିବେ । ଆବଶ୍ୟକ ଅନୁସାରେ ପାଣି ମିଶାଇବେ । ଅଧିକ ପତଳା କରିବେ ନାହିଁ । ଏହି ମିଶ୍ରଣ ପ୍ରସ୍ତୁତ ହେବା ପରେ ତାକୁ ନେଇ ଛୋଟ ଛୋଟ ଗୋଳା ପ୍ରସ୍ତୁତ କରିବେ । ସେହି ଗୋଳାକୁ ହାତ ପାପୁଲିରେ ନେଇ ମଣ୍ଡା ପିଠା ଆକୃତିର ପ୍ରସ୍ତୁତ କରିବେ । ଏହା ପ୍ରସ୍ତୁତ ହେବାପରେ , ତାକୁ ନେଇ ଅଧାଘଂଟା ଯାଏଁ ଫ୍ରିଜ୍ରେ ରଖିବେ । ଅଧାଘଂଟା ପରେ ଏହାକୁ ଫ୍ରିଜରୁ କାଢିବେ । ଅନ୍ୟପଟେ ଗ୍ୟାସରେ ପ୍ୟାନ୍ ବସେଇ ସେଥିରେ ତେଲ ଢାଳିବେ । ତେଲ ଗରମ ହେବାପରେ ପ୍ରସ୍ତୁତ ହୋଇଥିବା ସୋୟା କବାବ୍ ଉପରେ ସୁଖିଲା ସୁଜି ଲଗାଇ ତେଲରେ ପକାଇ ଫ୍ରାଏ କରିବେ । ଗୋଲ୍ଡେନ୍ କଲର ହେବାପରେ ଏକ ପ୍ଲେଟକୁ କାଢିବେ । ଏହା ସହିତ କିଛି କଟା ପିଆଜ ଓ କଟା ଲେମ୍ବୁ ରଖିବେ । ପ୍ରସ୍ତୁତ ହୋଇଗଲା ସୋୟା କବାବ୍ । ଗରମ ଗରମ ଏହାକୁ ସସ୍ ଲଗାଇ ଖାଇପାରିବେ ।