ପନିର୍, କ୍ୟାପ୍ସିକମ୍, ଟମାଟୋ, ଲୁଣ, ତେଲ, ଚାଟ ମସଲା, ଅଦା ପେଷ୍ଟ, ରସୁଣ ପେଷ୍ଟ,କାଶ୍ମୀର ଚିଲ୍ଲୀ ପାଉଡର, ହଳଦୀ ଗୁଣ୍ଡ, ଗରମ ମସଲା, ଲେମ୍ବୁ ରସ ।
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ପନିର୍କୁ ଛୋଟ ଛୋଟ ଖଣ୍ଡ କରି କାଟିବେ । ଏହାପରେ ଏକ ପାତ୍ରରେ ଅଦା ପେଷ୍ଟ, ରସୁଣ ପେଷ୍ଟ, ଲୁଣ, ହଳଦୀ ଗୁଣ୍ଡ, କାଶ୍ମୀର ଚିଲ୍ଲୀ ପାଉଡର, ଗରମ ମସଲା, ଲେମ୍ବୁ ରସ ସହ କଟା ପନିରକୁ ଭଲଭାବେ ମିକ୍ସ କରିବେ । ମିକ୍ସ କରିବା ସମୟରେ ଧ୍ୟାନ ରଖିବେ ଯେପରି ପନିର ଭାଙ୍ଗି ନଯାଏ । ଏହି ମିଶ୍ରଣକୁ ୧୫ ରୁ ୨୦ ମିନିଟ ଯାଏଁ ରଖିବେ । ଏହାପରେ ଗ୍ୟାସରେ ପ୍ୟାନ୍ ବସେଇ ସେଥିରେ ତେଲ ପକାଇବେ । ତେଲ ଗରମ ହେବା ପରେ, ସେଥିରେ ପନିର୍କୁ ପକାଇ ଫ୍ରାଏ କରିବେ । ପନିର୍ର କଲର ଗୋଲ୍ଡେନ୍ ହେବା ପରେ, ଏକ ପ୍ଲେଟ୍କୁ କାଢି ରଖିବେ । ଏହାପରେ ବଳିଥିବା ପନିର୍ ଗୋଳାହୋଇଥିବା ମସଲାରେ ଟମାଟୋ ଓ କ୍ୟାପ୍ସିକମ୍କୁ କାଟି , ସେହି ମସଲାରେ ମିକ୍ସ କରିବେ । ମିକ୍ସ ହେବା ପରେ ତାକୁ ନେଇ ବଳିଥିବା ତେଲରେ ୨ରୁ ୩ ମିନିଟଯାଏ ଭାଜନ୍ତୁ । ଏହା ଭାଜିହେବା ପରେ ପ୍ଲେଟକୁ କାଢି, ଏକ ଲମ୍ବା କାଠିରେ ପନିର, ଟମାଟୋ ଓ କ୍ୟାପ୍ସିକମ୍କୁ ଲଗାଇ ତା ଉପରେ ଚାଟ୍ ମସଲା ପକାଇବେ । ପ୍ରସ୍ତୁତ ହୋଇଗଲା ଷ୍ଟିକ୍ ପନିର୍ । ଗରମ ଗରମ ଏହାର ମଜା ନେବେ ।