ଆବଶ୍ୟକ ସାମଗ୍ରୀ-
ଷ୍ଟ୍ରବେରୀ, ଲାଲ୍ ଗୋଲାପ, ମହୁ, ଦହି, କ୍ଷୀର, ଷ୍ଟ୍ରବେରୀ ସିରପ୍, ପିସ୍ତାବାଦାମ୍ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଏକ ପାତ୍ରରେ ଷ୍ଟ୍ରବେରୀକୁ କାଟି ରଖିବେ । ଏହାପରେ ସେଥିରେ ଲାଲ୍ ଗୋଲାପ ପାଖୁଡା ଛିଡେଇ ପକାଇବେ । ଏହାପରେ ସେଥିରେ ମହୁ ଏବଂ ଦହି ପକାଇ ଗ୍ରାଇଣ୍ଡିଂ କରିବେ । ଏହାପରେ ସେହି ମିଶ୍ରଣରେ କ୍ଷୀର ପକାଇ ପୁଣି ଗ୍ରାଇଣ୍ଡିଂ କରିବେ । ଏହାପରେ ଏକ ଗ୍ଲାସ ନେଇ ସେଥିରେ ପ୍ରଥମେ ଷ୍ଟ୍ରବେରୀ ସିରପ୍ ପକାଇବେ । ଏହାପରେ ସେଥିରେ ଗ୍ରାଇଣ୍ଡି କରି ରଖିଥିବା ମିଣ୍ରଣ ପକାଇବେ । ତାପରେ, ତା ଉପରେ କିଛି ଶୁଖିଲା ଗୋଲାପ ପାଖୁଡା ପକାଇବେ । ଏହାପରେ ସେଥିରେ କିଛି ଛୋଟଛୋଟ କଟା ହୋଇଥିବା ପିସ୍ତାବାଦାମ୍ ପକାଇବେ । ତାପରେ ଗ୍ଲାସ୍ ସାଇଡରେ କଟା ହୋଇଥିବା ଷ୍ଟ୍ରବେରୀ ଲଗାଇବେ । ଆଉ ହଁ , ଯଦି କେହି ଅଧିକ ମିଠା ପସନ୍ଦ କରନ୍ତି , ତେବେ ଗ୍ରାଇଣ୍ଡିଂ କରିବା ସମୟରେ ସେଥିରେ ଆବଶ୍ୟକ ଅନୁଯାୟୀ ଚିନି ମିଶାଇ ପାରିବେ । ପ୍ରସ୍ତତ ହୋଇଗଲା ଷ୍ଟ୍ରବେରୀ ରୋଜ୍ ଲସି । ଏବେ ଏହାର ମଜା ନେଇପାରିବେ ।