Argus Update News 8am
ଆବଶ୍ୟକ ସାମଗ୍ରୀ-
ଷ୍ଟ୍ରବେରୀ, ମହୁ, ଲୁଣ, ଅଲିଭ୍ ଅଏଲ୍, ଗୋଲମରିଚ ଗୁଣ୍ଡ, ଭଜା ଅଖରୋଟ୍, ଭିନେଗାର, ପାଳଙ୍ଗ, ପିଆଜ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଏକ କାଚ ଜାର୍ ନେଇ ସେଥିରେ ଅଲିଭ୍ ଅଏଲ, ଗୋଲମରିଚ ଗୁଣ୍ଡ, ଭିନେଗାର, ଲୁଣ ନେଇ ଭଲଭାବେ ଫେଣ୍ଟିବେ । ଏହାପରେ ଷ୍ଟ୍ରବେରୀକୁ ଦୁଇଫାଳ କରି କାଟି ରଖିବେ । ଏହାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ ଅଲିଭ୍ ଅଏଲ ପକାଇବେ । ତେଲ ଗରମ ହେବାପରେ ସେଥିରେ କଟା ଷ୍ଟ୍ରବେରୀ ପକାଇ ୧ ରୁ ୨ ମିନିଟ ଯାଏଁ ଫ୍ରାଏ କରିବେ । ଏହାପରେ ସେଥିରେ ଅଳ୍ପ ଲୁଣ ପକାଇ ଗ୍ୟାସ୍ ବନ୍ଦ କରିବେ । ଏହାପରେ ଆଉ ଏକ ପାତ୍ର ନେଇ ସେଥିରେ କିଛି ପାଳଙ୍ଗ ପତ୍ର ନେଇ ତା ଉପରେ କଟା ପିଆଜ,ଫ୍ରାଏ କରି ରଖିଥିବା ଷ୍ଟ୍ରବେରୀ, ଭଜା ଅଖ୍ରୋଟ୍, ପ୍ରସ୍ତୁତ କରି ଜାର୍ରେ ରଖିଥିବା ମସଲା, ମହୁ ପକାଇ ମିକ୍ସ କରିବେ । ପ୍ରସ୍ତୁତ ହୋଇଗଲା ଷ୍ଟ୍ରବେରୀ ସାଲାଡ୍ । ଏବେ ଏହାର ମଜା ନେଇ ପାରିବେ ।