ସୁଜି, ଚାଉଳ ଗୁଣ୍ଡ, ଦହି, ଅଦା-ରସୁଣ ପେଷ୍ଟ, ଗୋଲମରିଚ ଗୁଣ୍ଡ , ବେକିଂ ପାଉଡର, ଚିଲ୍ଲୀ ଫ୍ଲେକସ୍, ଲୁଣ, ପିଆଜ, କ୍ୟାପ୍ସିକମ୍, ଟମାଟୋ, ପିଜା ସସ୍, କଂଚାଲଙ୍କା, ଚାଟ ମସଲା, ତେଲ, ଲହୁଣୀ, ମକା ସିଝା ।
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ପିଜା ବେସ୍ ପ୍ରସ୍ତୁତ କରିବା ପାଇଁ ସୁଜି, ଚାଉଳ ଗୁଣ୍ଡ, ଦହି, ଅଦା-ରସୁଣ ପେଷ୍ଟ, ଗୋଲମରିଚ ଗୁଣ୍ଡ, ଲୁଣ ଓ ଚିଲ୍ଲୀ ଫ୍ଲେକସ୍କୁ ଏକ ପାତ୍ରରେ ମିକ୍ସ କରନ୍ତୁ । ଆବଶ୍ୟକ ପଡିଲେ ଏଥିରେ ପାଣି ମିଶାଇ ପାରିବେ । ଯେମିତି ଏକ ବହଳିଆ ପେଷ୍ଟ ପ୍ରସ୍ତୁତ ହୋଇପାରିବ । ଏହି ପେଷ୍ଟକୁ ୨୦ ରୁ ୨୫ ମିନିଟ ଯାଏଁ ଘୋଡାଇ ରଖିବେ । ଏହାପରେ ସେଥିରେ ବେକିଂ ପାଉଡର୍ ପକାଇ ଭଲଭାବେ ମିକ୍ସ କରନ୍ତୁ । ଅନ୍ୟପଟେ ଗ୍ୟାସରେ ନନ୍ଷ୍ଟିକ୍ ତାୱା ବସାଇ ସେଥିରେ ତେଲ ପକାନ୍ତୁ । ତେଲ ଗରମ ହେବାପରେ ଏହି ପେଷ୍ଟକୁ ସେଥିରେ ଢାଳନ୍ତୁ । ଢାଳି ସାରିବା ପରେ ଦୁଇପଟକୁ ଭଲଭାବେ ଫ୍ରାଏ କରନ୍ତୁ । ଏହାପରେ ତା ଉପରେ ପିଜା ସସ୍ ଲଗାଇ ତା ଉପରେ ଚାଟ୍ ମସଲା ପକାନ୍ତୁ । ଏହାପରେ ତା ଉପରେ କଟା ପିଆଜ, କଟା କ୍ୟାପ୍ସିକମ୍, କଟା କଂଚାଲଙ୍କା, କଟା ଟମାଟୋ , ସିଝା ମକା ପକାଇ ତା ଉପରେ ଲହୁଣୀ ପକାନ୍ତୁ । ଏହାକୁ ତାୱାରେ ସେ ପର୍ଯ୍ୟନ୍ତ ରଖନ୍ତୁ , ଯେ ପର୍ଯ୍ୟନ୍ତ ଲହୁଣୀ ନତରଳିଛି । ଲହୁଣୀ ତରଳିବା ପରେ ଏହାକୁ ଏକ ପ୍ଲେଟକୁ କାଢି ତା ଉପରେ ଚିଲ୍ଲୀ ଫ୍ଲେକସ୍ ଓ ଗୋଲମରିଚ ଗୁଣ୍ଡ ପକାନ୍ତୁ । ପ୍ରସ୍ତୁତ ହୋଇଗଲା ସୁଜି ପିଜା ।