ସୁଇଟ କର୍ଣ୍ଣ, ଧନିଆ ପତ୍ର, ଲୁଣ, ତେଲ, ହଳଦୀ ପାଉଡର, ଲଙ୍କା ପାଉଡର, ଜିରା, ଭ୍ରୁସଙ୍ଗ ପତ୍ର, ଶୁଖିଲା ଲଙ୍କା, କାଜୁ ପେଷ୍ଟ, ପିଆଜ, ଅଦା, ରସୁଣ, ଟମାଟୋ, ପାଓଭାଜି ମସଲା ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ସୁଇଟ୍ କର୍ଣ୍ଣକୁ ସିଝାଇ ରଖିବେ । ଏହାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହୋଇ ଆସିଲେ, ସେଥିରେ ସିଝାଇ ରଖିଥିବା କର୍ଣ୍ଣ ପକାଇ ହାଲକା ଫ୍ରାଏ କରି ରଖିବେ । ଏହାପରେ ସେହି ପ୍ୟାନରେ ଆଉ ଅଳ୍ପ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଜିରା, ଶୁଖିଲା ଲଙ୍କା, ଭ୍ରୁସଙ୍ଗ ପତ୍ର ପକାଇ ଫୁଟାଇବେ । ଏହାପରେ ସେଥିରେ କଟା ପିଆଜ ପକାଇ ଫ୍ରାଏ କରିବେ । ପିଆଜ ଫ୍ରାଏ ହୋଇ ଆସିଲେ ସେଥିରେ ଅଦା-ରସୁଣ ବଟା ପକାଇ କଷିବେ । ମସଲାର କଂଚା ବାସ୍ନା ଯିବା ପରେ ସେଥିରେ କଟା ଟମାଟୋ ପକାଇ ମିକ୍ସ କରିବେ । ଟମାଟୋ ମେଲ୍ଟ ହୋଇ ଆସିଲେ ସେଥିରେ ଲଙ୍କା ପାଉଡର, ହଳଦୀ ପାଉଡର, ପାଓଭାଜି ମସଲା, ଲୁଣ ପକାଇ ମିକ୍ସ କରିବେ । ଏହାପରେ ସେଥିରେ କାଜୁ ପେଷ୍ଟ ପକାଇ ଭଲଭାବେ ମିକ୍ସ କରିବେ । ତାପରେ ସେଥିରେ ଫ୍ରାଏ କରି ରଖିଥିବା କର୍ଣ୍ଣ ପକାଇ ମିକ୍ସ କରି , ଆବଶ୍ୟକ ଅନୁଯାୟୀ ପାଣି ଢାଳିବେ । ପାଣି ଭଲଭାବେ ଫୁଟିଯିବା ପରେ ଗ୍ୟାସ୍ ବନ୍ଦ କରିବେ । ଏବେ ତା ଉପରେ କିଛି କଟା ଧନିଆ ପତ୍ର ପକାଇବେ । ପ୍ରସ୍ତୁତ ହୋଇଗଲା ସୁଇଟ୍ କର୍ଣ୍ଣ ମସଲା । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।