ଚାଉଳ ଚୂନା, ଲୁଣ, ଗୁଡ ଗୁଣ୍ଡ, ହଳଦୀ ପାଉଡର, ଗୁଜୁରାତି ପାଉଡର, ତେଲ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସ୍ରେ କଡେଇ ବସେଇ ପାଣି ଢାଳି ସେଥିରେ ଲୁଣ, ହଳଦୀ ପାଉଡର, ଗୁଜୁରାତି ପାଉଡର,ଗୁଡ ପାଉଡର ପକାଇ ଭଲଭାବେ ପାଣିରେ ମିକ୍ସ କରିବେ । ଏହାପରେ ସେଥିରେ ଚାଉଳ ଚୂନା ପକାଇ ଭଲଭାବେ ମିକ୍ସ କରି ଖଳି ପ୍ରସ୍ତୁତ କରିବେ । ତାପରେ ଅଳ୍ପ ସମୟ ତାକୁ ଘୋଡାଇ ଛାଡିବେ । ଏହାପରେ ଢାଙ୍କୁଣୀ କାଢି ଖଳିକୁ ଏକ ପାତ୍ରକୁ କାଢିବେ । ଏହାପରେ ତାକୁ ହାତରେ ଚକଟି ଚିକ୍କଣ କରିବେ ଏବଂ ସେଥିରେ ଅଳ୍ପ ତେଲ ମିଶାଇ ଭଲଭାବେ ଚକଟିବେ । ଏହାପରେ ତାକୁ ହାତରେ ଛୋଟଛୋଟ ଗୋଳା କରି ଟିକେ ପତଳା କରିବେ । ଏହାପରେ ଗ୍ୟାସ୍ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ପ୍ରସ୍ତୁତ କରିଥିବା ଗୋଳା ପକାଇ ଫ୍ରାଏ କରିବେ । ଦେଖିବେ ଉଭୟ ପାଖ ଗୋଲ୍ଡେନ କଲର ହେବାପରେ ଏକ ପ୍ଲେଟକୁ କାଢିବେ । ପ୍ରସ୍ତୁତ ହୋଇଗଲା ସୁଇଟ୍ ରାଇସ୍ ବରା । ଏବେ ଏହାର ମଜା ନେଇ ପାରିବେ ।