ମଇଦା, ସୁଜି, ହଳଦୀ ପାଉଡର, ଜୁଆଣୀ, ତେଲ, ଲୁଣ, ଆଳୁ, ଗ୍ରୀନ୍ ମଟର, ଆମ୍ଚୁର ପାଉଡର, ଅଦା, ଜିରା, ସୋରିଷ, ହିଙ୍ଗୁ, ଲଙ୍କା ପାଉଡର, ଧନିଆ ପାଉଡର, ଗରମ ମସଲା ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଏକ ବଡ ପାତ୍ରରେ ସୁଜି, ମଇଦା, ଜୁଆଣୀ, ହଳଦୀ ପାଉଡର, ତେଲ ଓ ଅଳ୍ପ ଲୁଣ ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଅଳ୍ପ ଅଳ୍ପ ହାଲ୍କା ଉଷୁମ୍ ପାଣି ପକାଇ ଚକଟିବେ । ଭଲଭାବେ ଏହାକୁ ଚକଟି କିଛି ସମୟ ପାଇଁ ଘୋଡାଇ ରଖିବେ । ଏହାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ସୋରିଷ, ହିଙ୍ଗୁ, ଛୋଟଛୋଟ କଟା ହୋଇଥିବା ଅଦା, ଜିରା, ହଳଦୀ ପାଉଡର ପକାଇ ମିକ୍ସ କରିବେ । ଏହାପରେ ସେଥିରେ ସେଥିରେ ସିଝା ଆଳୁ , ସିଝା ଗ୍ରୀନ୍ ମଟର, ଧନିଆ ପାଉଡର, ଲଙ୍କା ପାଉଡର, ଗରମ ମସଲା ପକାଇ ଭଳଭାବେ ମିକ୍ସ କରିବେ । ୧ରୁ ୨ ମିନିଟ ପରେ ସେଥିରେ ଆମଚୁର ପାଉଡର,ଲୁଣ ପକାଇ ମିକ୍ସ କରିବେ । ଅଳ୍ପ ସମୟ ପରେ ଗ୍ୟାସ୍ ବନ୍ଦ କରି ଏକ ପ୍ଲେଟକୁ କାଢି ଥଣ୍ଡା ହେବାକୁ ଛାଡିଦେବେ । ଏବେ ଚକଟା ହୋଇଥିବା ଅଟାକୁ ବାହାର କରି ଛୋଟଛୋଟ ଆକାରର ରୋଟି ବେଲିବେ । ଏହାପରେ ଗ୍ୟାସ୍ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଏହି ରୋଟିକୁ ପକାଇ ଛାଣିବେ । ଏହା ଫ୍ରାଏ ହୋଇଯିବା ପରେ ,ଏକ ପ୍ଲେଟକୁ କାଢି ତା ଭିତରେ ପ୍ରସ୍ତୁତ ହୋଇଥିବା ମସଲା ପୁର ଦେଇ ରୋଟିକୁ ଦୁଇ ସାଇଡରୁ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ଟିକା ସମୋସା । ଏବେ ଏହାକୁ ସସ୍ ଲଗାଇ ଖାଇପାରିବେ ।