ମଇଦା ରୋଟି, ଧନିଆ ପତ୍ର, ଦହି, ଶୁଖିଲା ଲଙ୍କା, ଅଦା, ପିଆଜ, ଟମାଟୋ, କଂଚା ଲଙ୍କା, ଚିନି, ଲୁଣ, ତେଲ, ଟମାଟୋ ସସ୍, ସୁଇଟ୍ କର୍ଣ୍ଣ, ରାଜ୍ମା, ଜିରା, ଧନିଆ, ଗୋଲମରିଚ, ଆଳୁ, ଲେମ୍ବୁ ରସ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଏକ ପାତ୍ରରେ ଛୋଟଛୋଟ କଟା ହୋଇଥିବା ପିଆଜ, ଅଦା, ଧନିଆ ପତ୍ର, କଂଚା ଲଙ୍କା, ଟମାଟୋ, ଚିନି, ଲୁଣ, ଟମାଟୋ ସସ୍ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସିଝା ସୁଇଟ୍ କର୍ଣ୍ଣ, ସିଝା ରାଜ୍ମା ପକାଇ ପୁଣି ଭଲଭାବେ ଗୋଳାଇବେ । ଏହାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ ଗରମ କରିବେ । ପ୍ୟାନ୍ ଗରମ ହେବାପରେ ସେଥିରେ ଜିରା, ଧନିଆ, ଶୁଖିଲା ଲଙ୍କା ପକାଇ ଫ୍ରାଏ କରିବେ । ଏହାପରେ ସେଥିରେ ଲୁଣ ଏବଂ ଗୋଲମରିଚ ପକାଇ ଫ୍ରାଏ କରିବେ । ଏହାପରେ ଗ୍ୟାସ୍ ବନ୍ଦ କରିବେ । ତାପରେ କଂଚା ଆଳୁକୁ କାଟି ତେଲରେ ଫ୍ରାଏ କରି ଏକ ପାତ୍ରରେ ରଖିବେ । ଏହାପରେ ଫ୍ରାଏ କରିଥିବା ଶୁଖିଲା ମସଲାକୁ କୁଟି ଗୁଣ୍ଡ କରି, ସେହି ଗୁଣ୍ଡକୁ ଆଳୁ ରଖିଥିବା ପାତ୍ରରେ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ଏକ ବଡ ପାତ୍ର ନେଇ , ତା ଭିତରେ ରୁଟିକୁ ଗୋଲ କରି ରଖିବେ । ଏହାପରେ ତା ଭିତରେ ପ୍ରଥମେ ପ୍ରସ୍ତୁତ କରିଥିବା ମିଶ୍ରଣକୁ ପକାଇବେ । ତାପରେ ସେଥିରେ ଦହି ପକାଇବେ । ଏହାପରେ ସେଥିରେ ପ୍ରସ୍ତୁତ କରିଥିବା ଆଳୁ ପକାଇବେ । । ଏହାପରେ ତା ଉପରେ କିଛି କଟା କଂଚା ଲଙ୍କା, ଲେମ୍ବୁ ରସ,ଧନିଆ ପତ୍ର ପକାଇବେ । ପ୍ରସ୍ତୁତ ହୋଇଗଲା ଟୋକ୍ରି ଚାଟ୍ । ଏବେ ଏହାର ମଜା ନେଇ ପାରିବେ ।