ଟମାଟୋ, ଖଜୁରୀ, ଗୁଡ, ଲୁଣ, କଳାଲୁଣ, ସୋରିଷ, ଜିରା, ଜିରା ପାଉଡର, ଧନିଆ ପତ୍ର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସ୍ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଅଳ୍ପ ଜିରା ଏବଂ ଫୁଟଣ ପକାଇ ଫୁଟାଇବେ । ଏହାପରେ ସେଥିରେ କଟା ଟମାଟୋ ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଖଜୁରୀ , ଗୁଡ, ଲୁଣ, କଳାଲୁଣ, ଜିରା ପାଉଡର ପକାଇ ଭଲଭାବେ ମିକ୍ସ କରିବେ । ତାପରେ ସେଥିରେ ଅଳ୍ପ ପାଣି ମିଶାଇ କିଛି ସମୟ ଫୁଟିବାକୁ ଛାଡିବେ । ଏହାପରେ ସେଥିରେ ଲଙ୍କା ପାଉଡର ପକାଇ , ମିକ୍ସ କରି ପୁଣି ଅଳ୍ପ ପାଣି ଢାଳିବେ । ଏହାପରେ ଟମାଟୋ ଏବଂ ଖଜୁରୀ ଭଲଭାବେ ମେଲ୍ଟ ହେବ । ଯାଏଁ ଏହାକୁ ମଧ୍ୟମ ଆଂଚରେ ବସାଇବେ । ଦେଖିବେ ଏହା ବହଳିଆ ହୋଇ ଆସିଲେ , ସେଥିରେ କଟା ଧନିଆ ପତ୍ର ପକାଇ ଗ୍ୟାସ୍ ବନ୍ଦ କରି ଏକ ପାତ୍ରକୁ କାଢିବେ । ପ୍ରସ୍ତୁତ ହୋଇଗଲା ଟମାଟୋ-ଖଜୁରୀ ଚଟଣୀ । ଏବେ ଏହାର ମଜା ନେଇ ପାରିବେ ।