ଲାଲ୍ ଟମାଟୋ, ଲୁଣ, ଗୋଲମରିଚ ପାଉଡର, ଧନିଆ ପତ୍ର, ଚିନି, କାଶ୍ମୀର ଚିଲ୍ଲୀ ପାଉଡର, ବଟର, ଅଲିଭ୍ ଅଏଲ୍ ,ପିଆଜ, ରସୁଣ, ଚିଲ୍ଲୀ ସସ୍ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସ୍ରେ କଡେଇ ବସେଇ ବଟର ପକାଇବେ । ବଟର ମେଲ୍ଟ ହୋଇ ଆସିଲେ ସେଥିରେ ଅଲିଭ୍ ଅଏଲ ପକାଇ ମିକ୍ସ କରିବେ । ଏହାପରେ ସେଥିରେ କଟା ରସୁଣ ଏବଂ କଟା ପିଆଜ ପକାଇ ଭଲଭାବେ ମିକ୍ସ କରିବେ । ତାପରେ ସେଥିରେ କାଶ୍ମୀର ଚିଲ୍ଲୀ ପାଉଡର ପକାଇ ମିକ୍ସ କରିବେ । ତାପରେ ସେଥିରେ କଟା ଲାଲ୍ ଟମାଟୋ ପକାଇ ମିକ୍ସ କରିବେ । ଟମାଟୋ ମେଲ୍ଟ ହେବା ଯାଏଁ ତାକୁ ସିଝିବାକୁ ଛାଡିବେ । ଦେଖିବେ ଟମାଟୋ ମିକ୍ସ ହୋଇ ଆସିଲେ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ଢାଳି ଫୁଟିବାକୁ ଛାଡିବେ । ଦେଖିବେ ପାଣି ଫୁଟି ଆସିଲେ ଗ୍ୟାସ୍ ବନ୍ଦ କରି ଏହାକୁ ହାଲ୍କା ଥଣ୍ଡା ହେବାକୁ ଛାଡିବେ । ଏହାପରେ ଏହି ମିଶ୍ରଣକୁ ନେଇ ଗ୍ରାଇଣ୍ଡିଂ କରିବେ । ଏହାପରେ ଏହି ମିଶ୍ରଣକୁ ଏକ ପାତ୍ରରେ ଢାଳି,ସେଥିରେ ଲୁଣ, ଗୋଲମରିଚ ପାଉଡର, ସାମାନ୍ୟ ଚିନି, ଚିଲ୍ଲୀ ସସ୍, କଟା ଧନିଆ ପତ୍ର ପକାଇ ଭଲଭାବେ ମିକ୍ସ କରିବେ । ପ୍ରସ୍ତୁତ ହୋଇଗଲା ଟମାଟୋ ସୁପ୍ । ଏବେ ଏହାର ମଜା ନେଇ ପାରିବେ ।