ଗାଜର, ପିଆଜ, ବନ୍ଧାକୋବି, ମୁଗ, ବୁଟ, ତେଲ, ଲୁଣ, ଲେମ୍ବୁ ରସ, ରସୁଣ, ଚିଲ୍ଲୀ ସସ, ଟମାଟୋ ସସ, ଗୋଲମରିଚ ପାଉଡର, ପିଆଜ ଶଣ୍ଢା ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ମୁଗ ଏବଂ ବୁଟକୁ ଭିଜାଇ ୨ ରୁ ୩ ଘଂଟା ଯାଏଁ ରଖିବେ । ଏହାପରେ ଗ୍ୟାସରେ କୁକର ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ରସୁଣ ଛେଚା ପକାଇ ଫ୍ରାଏ କରିବେ । ରସୁଣ ଗୋଲ୍ଡେନ କଲର ହେବାପରେ ସେଥିରେ, କଟା ପିଆଜ, କଟା ଗାଜର, କଟା ବନ୍ଧାକୋବି, ବତୁରା ହୋଇଥିବା ମୁଗ, ବୁଟ , ଲୁଣ, ଗୋଲମରିଚ ପାଉଡର ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ଢାଳି କୁକର ବନ୍ଦ କରି, ଏହାକୁ ସିଝାଇବେ । ଏହା ଭଲଭାବେ ସିଝିବା ପରେ, ଗ୍ୟାସ୍ ବନ୍ଦ କରି, କୁକର ଖୋଲି ଏହାକୁ କିଛି ସମୟ ଥଣ୍ଡା ହେବାକୁ ଛାଡିବେ । ଏହା ଥଣ୍ଡା ହେବାପରେ ଏହାକୁ ହାଲକା ଗ୍ରାଇଣ୍ଡିଂ କରିବେ । ତାପରେ ଏହାକୁ ଏକ ପାତ୍ରରରେ ଢାଳିବେ । ଏହାପରେ ତା ଉପରେ କିଛି କଟା ପିଆଜ ଶଣ୍ଢା, ଚିଲ୍ଲୀ ସସ, ଟମାଟୋ ସସ, ଲେମ୍ବୁ ରସ ପକାଇ ମିକ୍ସ କରିବେ । ପ୍ରସ୍ତୁତ ହୋଇଗଲା ଭେଜିଟେବୁଲ ସୁପ୍ । ଏବେ ଏହାର ମଜା ନେଇ ପାରିବେ ।