ତରଭୁଜ, ଲେମ୍ବୁ ରସ, ଚିନି ଶିରା, କଳା ଲୁଣ, ପୋଦିନା ପତ୍ର, ବରଫ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ତରଭୁଜର ଚୋପା ଛଡେଇ ଛୋଟଛୋଟ ଖଣ୍ଡ କରି କାଟିବେ । ଏହାପରେ ତରଭୁଜର ମଞ୍ଜି କାଢି ରଖିବେ । ଏହାପରେ ତରଭୁଜ, ଚିନି ଶିରା,ଲେମ୍ବୁ ରସ,ପୋଦିନା ପତ୍ର,କଳା ଲୁଣକୁ ନେଇ ଏକାଠି ମିଶାଇ ଗ୍ରାଇଣ୍ଡିଂ କରିବେ । ଏହାପରେ ଏକ କାଚ ଗ୍ଲାସ୍ ନେଇ ସେଥିରେ ବରଫ ପକାଇବେ । ଏହାପରେ ସେଥିରେ ଗ୍ରାଇଣ୍ଡିଂ କରି ରଖିଥିବା ଜୁସ୍ ପକାଇ ମିକ୍ସ କରିବେ । ଏହାପରେ ତା ଉପରେ ଅଉ ଅଳ୍ପ କଟା ପୋଦିନା ପତ୍ର ପକାଇବେ । ପ୍ରସ୍ତୁତ ହୋଇଗଲା ତରଭୁଜ-ଲେମନ୍ ଜୁସ୍ । ଏବେ ଏହାର ମଜା ନେଇ ପାରିବେ ।