ପାଚିଲା ତରଭୁଜ, ପୁଦିନା ପତ୍ର, ଲେମ୍ବୁ ରସ, କମଳା ରସ ,ବରଫ, ସ୍ପ୍ରାଇଟ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ତରଭୁଜର ଚୋପା ଛଡେଇ ଲାଲ୍ ଅଂଶକୁ ଛୋଟଛୋଟ କରି କାଟିବେ । ଏହାପରେ କଟା ତରଭୂଜକୁ ନେଇ ଗ୍ରାଇଣ୍ଡିଂ କରିବେ । ତାପରେ ଗ୍ରାଇଣ୍ଡିଂ କରିଥିବା ଜୁସ୍କୁ ନେଇ ଏକ ଛଣା ସାହାଯ୍ୟରେ ଛାଣି ଜୁସ୍କୁ ଅଲଗା ଏକ ପାତ୍ରରେ ରଖିବେ । ଏହାପରେ ଏକ କାଚ ଗ୍ଲାସ ନେଇ ସେଥିରେ ଏହି ଜୁସ୍କୁ ଢାଳିବେ । ତାପରେ ଆଉ ଏକ ଗ୍ଲାସ ନେଇ ସେଥିରେ କିଛି କଟା ପୁଦିନା ପତ୍ର, ଅଳ୍ପ ଲେମ୍ବୁ ରସ ନେବେ । ତାପରେ ସେଥିରେ ପାଚିଲା କମଳା ରସ ପକାଇ ମିକ୍ସ କରିବେ । ତାପରେ ସେଥିରେ ବରଫ ପକାଇବେ । ଏହାପରେ ସେଥିରେ ଅଳ୍ପ ସ୍ପ୍ରାଇଟ ଏବଂ ପ୍ରସ୍ତୁତ କରିଥିବା ତରଭୁଜ ଜୁସ୍ ଢାଳି ଭଲଭାବେ ମିକ୍ସ କରିବେ । ପ୍ରସ୍ତୁତ ହୋଇଗଲା ତରଭୁଜ-କମଳା ଜୁସ୍ । ଏବେ ଏହାର ମଜା ନେଇ ପାରିବେ ।