ମୁମ୍ୱାଇ:  ଆଜି ଅଭିନେତା ସୋନୁ ସୁଦଙ୍କ ଜନ୍ମ ଦିନ । ସୋନୁ ପାଳୁଛନ୍ତି ଆଜି ତାଙ୍କର ୪୭ତମ ଜନ୍ମଦିନ । ତେବେ କରୋନା ସମୟରେ ହଜାର ହଜାର ପ୍ରବାସୀ ତଥା ଛାତ୍ରଛାତ୍ରୀ ଓ ଗରିବଙ୍କ ସେବାରେ ଲାଗି ସୋନୁ ସମସ୍ତଙ୍କ ପାଇଁ ରିଲ ନୁହେଁ ରିଅଲ ଲାଇଫର ହିରୋ ହୋଇଯାଇଛନ୍ତି । ଆଜି ଜନ୍ମ ଦିନ ଅବସରରେ ସୋନୁଙ୍କୁ ସବୁ ମହଲରୁ ଶୁଭେଚ୍ଛାର ଶୁଅ ଛୁଟୁଛି ।

୧୯୭୩ ଜୁଲାଇ ୩୦ରେ ପଞ୍ଜାବର ମୋଗାଠାରେ ଜନ୍ମ ନେଇଥିଲେ ସୋନୁ। ଇଲେକ୍ଟ୍ରୋନିକ୍ସରେ ଇଞ୍ଜିନିୟରିଂ କରିଛନ୍ତି ସେ । ତେବେ କେବଳ ବଲିଉଡ ନୁହେଁ, ତେଲୁଗୁ, କନ୍ନଡ଼ ଓ ତାମିଲି ଫିଲ୍ମରେ ମଧ୍ୟ ସେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି । ତେବେ ଜଣେ ଅଭିନେତା ହେବା ସହ ଏକାଧାରାରେ ସେ ଜଣେ ମଡେଲ୍ ଏବଂ ପ୍ରଡ୍ୟୁସର ମଧ୍ୟ।

୧୯୯୯ ସମିହାରେ ଫିଲ୍ମ 'କଲ୍ଲାଜହର' ଜରିଆରେ ସେ ଅଭିନୟ ଦୁନିଆରେ ପାଦ ଦେଇଥିଲେ । ବଲିଉଡରେ ତାଙ୍କର ପ୍ରଥମ ଫିଲ୍ମ ଥିଲା 'ସହୀଦ ଏ ଆଜମ'। ଏଥିରେ ସେ 'ଭଗତ ସିଂ'ଙ୍କ ଭୂମିକାରେ ବେଶ୍ ପ୍ରଶଂସା ସାଉଁଟିଥିଲେ । ତେବେ ପରଦା ଉପରେ ମୁଖ୍ୟତଃ ଭିଲେନ୍ ଚରିତ୍ରରେ ନଜର ଆସୁଥିବା ସୋନୁ ବାସ୍ତବ ଜୀବନରେ ସାଜିଛନ୍ତି ଅନେକଙ୍କ ସାହାରା ଏବଂ ଅନେକଙ୍କ ପାଇଁ ହିରୋ । କରୋନା କାଳରେ ଲକ୍ଷ ଲକ୍ଷ ପ୍ରବାସୀଙ୍କୁ ସେମାନଙ୍କ ଘରକୁ ପଠାଇ ସୋନୁ ପାଲଟିଛନ୍ତି ରିଅଲ୍ ହିରୋ। ଗରିବଙ୍କୁ ଖାଇବା ବଣ୍ଟନଠାରୁ ଆରମ୍ଭ କରି ବାହାରେ ଫସିଥିବା ଭାରତୀୟଙ୍କୁ ନିଜ ଘରକୁ ଫେରେଇ ଆଣିବାରେ ବିତୁଛି ତାଙ୍କ ଲକଡାଉନ।

" >

HappyBirthDay ସୋନୁ ସୁଦ, ରିଲ୍‌ ନୁହେଁ ରିଅଲ ଲାଇଫର ହିରୋ