ଅର୍ଗସ୍ ବ୍ୟୁରୋ: ଜୀରା- ପ୍ରାୟ ପ୍ରତ୍ୟେକ ଭାରତୀୟଙ୍କ ରୋଷେଇ ଘରେ ବା ଖାଦ୍ୟ ସାମଗ୍ରୀରେ ଜୀରା ଏକ ସାଧାରଣ ମସଲା ଭାବେ ବ୍ୟବହୃତ ହୁଏ । ଏଥିରେ ଆଂଟିଅକ୍ସିଡାଂଟ ଭରପୁର ଥିବା ସହିତ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ହଜମ ଶକ୍ତି ନିୟନ୍ତ୍ରଣ କରିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।
ଚିନାବାଦାମ-
ପ୍ରାଚୀନ କାଳରୁ ପାରମ୍ପରିକ ଚିକିତ୍ସାରେ ଚିନାବାଦାମକୁ ସମ୍ମାନିତ କରାଯାଇଛି । ଚିନାବାଦାମ୍ ସ୍ୱାସ୍ଥ୍ୟ ଉପକାରୀ ଗୁଣ ପାଇଁ ବେଶ ଜଣାଶୁଣା । ଓଜନ ହ୍ରାସ କରିବା ସହିତ ମଧୁମେହକୁ ପରିଚାଳନା କରେ ଏବଂ ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ ।
ଅଦା-
ଅଦାର ବ୍ୟବହାର ମଧ୍ୟ ଓଜନ ହ୍ରାସ କରିବା ସହିତ ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ । ଏହି ତିନୋଟି ଉପାଦାନ ଶରୀରକୁ ଫିଟ୍ ରଖିଥାଏ । ଜୀରା,ଚିନାବାଦାମ୍ ଓ ଅଦା ଦ୍ୱାରା ମଧ୍ୟ ଚା’ କିମ୍ବା କାଢା ପ୍ରସ୍ତୁତ କରାଯାଇପାରେ । କରୋନା ମହାମାରୀ ଏବେ ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ବର୍ତମାନ ସୁଦ୍ଧା ଏହାର କ୍ୟୈଣସି ସଠିକ୍ ଭାକ୍ସିନ୍ ବାହାରି ନଥିବା ବେଳେ, ଲୋକେ ଏଥିରୁ ନିଜକୁ ରକ୍ଷା କରିବା ପାଇଁ ଘରୋଇ ଉପାୟ ଅବଲମ୍ବନ କରୁଛନ୍ତି ଏହା ମଧ୍ୟରେ କାଢାର ଚାହିଦା ବଢିବାରେ ଲାଗିଛି । ଏହି ତିନୋଟି ଉପାଦାନରେ କିପରି ପ୍ରସ୍ତୁତ କରିବେ କାଢା ବା ଚା’
ରାତିରୁ ଏହି ତିନୋଟି ଉପାଦାନକୁ ପାଣିରେ ବତୁରାଇବେ । ପରଦିନ ସକାଳେ ଏକ କପ୍ ପାଣି ନେଇ ଗ୍ୟାସରେ ବସାଇ ଏହି ତିନୋଟି ଉପାଦାନ ମିଶାଇ ଭଲ ଭାବେ ଫୁଟାନ୍ତୁ । ଫୁଟିବା ପରେ ପାଣିକୁ ଛାଣି, ଚାହିଁଲେ ସେଥିରେ ଲେମ୍ବୁରସ କିମ୍ବା ମହୁ ମିଶାଇ ପିଇପାରିବେ । ଯାହା ଏକ ସୁସ୍ଥ ଜୀବନ ପାଇଁ ସହାୟକ ହେବ ।