ଅର୍ଗସ୍ ବ୍ୟୁରୋ :ବର୍ତମାନ ସମୟରେ କେଶ ସମ୍ପର୍କୀତ ସମସ୍ୟା ଏକ ବଡ଼ ଚିନ୍ତାର କାରଣ ପାଲଟିଛି । ବ୍ୟସ୍ତ ବହୁଳ ଜୀବନ ଭିତରେ ଅନେକ ଠିକ୍ ଭାବେ ନିଜ କେଶର ଯତ୍ନ ନେଇ ପାରିନଥାନ୍ତି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଏବେ ଅନେକ କମ୍ ବୟସର ପିଲାଙ୍କର ମଧ୍ୟ କେଶ ସମସ୍ୟା ଦେଖାଯାଉଛି । ଯେପରିକି କେଶ ଝଡିବା ସହିତ କେଶ ଧଳା ହୋଇଯିବା ପରି ଅନେକ ସମସ୍ୟା । କେଶ ଧଳାପଡିଯିବା ଏବେ ଯୁବପିଢୀଙ୍କ ପାଇଁ ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରିଛି । ଧଳା କେଶକୁ ଲୁଚାଇବା ପାଇଁ ଲୋକେ ଅନେକ ପ୍ରକାର କେମିକାଲ ବ୍ୟବହାର କରୁଛନ୍ତି ତା ସହିତ ଅନେକ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି ଯେଉଁଥିପାଇଁ ଟଙ୍କାର ଆବଶ୍ୟକ ପଡିଥାଏ ଯାହା ସମସ୍ତଙ୍କ କ୍ଷେତ୍ରରେ ସମ୍ଭବ ହୋଇନଥାଏ । ଧଳା କେଶକୁ କଳାରେ ପରିଣତ କରିବା ପାଇଁ ଆସନ୍ତୁ ଜାଣିବା କିଛି ସହଜ ଏବଂ ଘରୋଇ ଉପାୟ –
ଭ୍ରୁସଙ୍ଗା ପତ୍ର-ନଡିଆ ତେଲ-
୧୫ ରୁ ୨୦ଟି ଭ୍ରୁସଙ୍ଗା ପତ୍ର ଏବଂ ୪ ରୁ ୫ ଚାମଚ ନଡିଆ ତେଲ ନିଅନ୍ତୁ । ତାକୁ ଭଲ ଭାବେ କିଛି ସମୟ ଫୁଟାଇ ତେଲକୁ ଛାଣି ଥଣ୍ଡା କରି ରଖନ୍ତୁ । ଛାଣି ରଖିଥିବା ତେଲକୁ କେଶ ଧୋଇବା ପୂର୍ବରୁ ମାଲିସ୍ କରନ୍ତୁ । ୨ ରୁ ୩ ଘଂଟା କେଶରେ ଲଗାଇ ରଖିବା ପରେ ସାମ୍ପୁରେ କେଶକୁ ଧୋଇଦିଅନ୍ତୁ । ସପ୍ତାହରେ ୨ ରୁ ୩ ଥର ଏହି ପ୍ରକ୍ରିୟାକୁ ପ୍ରୟୋଗ କରନ୍ତୁ । ଏପରି କରିବା ଦ୍ୱାରା ଧଳା ହେଉଥିବା କେଶ ବଢିବା ପରିବର୍ତେ ଧିରେ ଧିରେ କମିବାରେ ଲାଗିବ ।
ଶୋରିଷ ତେଲ ଓ ଜଡା ତେଲ-
୩ ଚାମଚ ଶୋରିଷ ତେଲ ସହିତ ଏକ ଚାମଚ ଜଡା ତେଲ ନିଅନ୍ତୁ । ପ୍ରଥମେ ଏହି ଦୁଇଟି ତେଲକୁ ମିଶାଇ ଗରମ କରନ୍ତୁ । କିଛି ସମୟ ପରେ ଏହି ମିଶ୍ରଣକୁ ୧୦ ରୁ ୧୫ ମିନିଟ୍ ଯାଏଁ କେଶରେ ମାଲିସ୍ କରନ୍ତୁ । ୪୦ ରୁ ୪୫ ମିନିଟ ଛାଡ଼ିଦେବା ପରେ ସାମ୍ପୁରେ କେଶକୁ ଭଲଭାବେ ଧୋଇ ଦିଅନ୍ତୁ । କେଶରେ ଏହାକୁ ସପ୍ତାହରେ ୨ ରୁ ୩ ଥର ପ୍ରୟୋଗ କରନ୍ତୁ ଦେଖିବେ ଧଳା କେଶରୁ ମୁକ୍ତି ପାଇବାରେ ଏହା କେତେ ଲାଭଦାୟକ ।