ସାରା ବିଶ୍ବରେ ପ୍ରସିଦ୍ଧ ପ୍ରଭୁ ଜଗନ୍ନାଥ
ଭୁବନେଶ୍ଵର: ଶିକ୍ଷା ବର୍ଷ 2019-20ର ସବୁ ନବମ ପିଲା ମ୍ୟାଟ୍ରିକ ପରୀକ୍ଷା ଦେବେ। କୋଭିଡ ପାଇଁ 2020ରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା ତେଣୁ ଏହି ନିଷ୍ପତ୍ତି ନିଆଯାଇଛି। ସ୍କୁଲ ବନ୍ଦ ଯୋଗୁଁ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ହୋଇପାରି ନଥିଲା।
ଏହାକୁ ଦୃଷ୍ଟିରେ ରଖି ସମସ୍ତ ଛାତ୍ରଛାତ୍ରୀମାନେ 2021 ମେ' ରେ ହେବାକୁ ଥିବା ମାଟ୍ରିକ ପରୀକ୍ଷା ଦେଇ ପାରିବେ। ଏହା ସବୁ ଓଡ଼ିଆ ମାଧ୍ୟମ ପିଲାଙ୍କ ପାଇଁ ପ୍ରଯୁଜ୍ୟ ବୋଲି ସରକାର କହିଛନ୍ତି। ସେହିପରି 2019-20ରୁ ଏକାଦଶ ପଢୁଥିବା ସବୁ ପିଲା +2 ପରୀକ୍ଷା ଦେବେ।