ଭଦ୍ରକ ଠାରୁ ଭୁବେନେଶ୍ୱରର ନବୀନ ନିବାସ ଯାଏଁ ପଦଯାତ୍ରା ....
ଭୁବନେଶ୍ଵର: ରାଜ୍ୟରେ ଆଜି ମୋଟ ୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୩ ଲକ୍ଷ ୩୩ ହଜାର ୩୫୧ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛନ୍ତି।
ସୁନ୍ଦରଗଡରୁ ସର୍ବାଧିକ ୧୧ ଜଣ ସୁସ୍ଥ ହୋଇଥିବା ବେଳେ, ମୟୂରଭଞ୍ଜରୁ ୯, ବାଲେଶ୍ବରରୁ ୬, ବରଗଡରୁ ୬, କଟକରୁ ୬, ଅନୁଗୁଳରୁ ୫, ଖୋର୍ଦ୍ଧାରୁ ୫, ସମ୍ବଲପୁରରୁ ୪, ଗଜପତିରୁ ୩, ରାୟଗଡ଼ାରୁ ୩, ଗଞ୍ଜାମରୁ ୨, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୨, ନୂଆପଡ଼ାରୁ ୨, ବଲାଙ୍ଗୀରିରୁ ୧, ଦେବଗଡ଼ରୁ ୧, କେନ୍ଦ୍ରାପଡ଼ାରୁ ୧, କେନ୍ଦୁଝରରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।