ବନ୍ଧୁ ଏମିତି ବାମ୍ଫ ଦେଇଛି, ନା ସହି ହେଉଛି ନା କହି ହେଉଛି
ଭୁବନେଶ୍ଵର: ରାଜ୍ୟରେ ଆଜି ମୋଟ ୮୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୩ ଲକ୍ଷ ୩୩ ହଜାର ୬୩୭ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛନ୍ତି।
ସୁନ୍ଦରଗଡରୁ ସର୍ବାଧିକ ୧୫ ଜଣ ସୁସ୍ଥ ହୋଇଥିବା ବେଳେ ପୁରୀରୁ ୧୧, ସମ୍ବଲପୁରରୁ ୯, ବରଗଡ଼ରୁ ୬, ଯାଜପୁରରୁ ୬, କଟକରୁ ୬, ଖୋର୍ଦ୍ଧାରୁ ୫, ବଲାଙ୍ଗିରରୁ ୪ ଓ ମୟୂରଭଞ୍ଜରୁ ୪, ବାଲେଶ୍ବରରୁ ୩, ଅନୁଗୁଳରୁ ୨, ଦେବଗଡ଼ରୁ ୨, ଝାରସୁଗୁଡ଼ାରୁ ୨, ନୂଆପଡ଼ାରୁ ୨ ଓ ରାୟଗଡ଼ାରୁ ୨, ଗଞ୍ଜାମରୁ ୧, ଜଗତସିଂହପୁରରୁ ୧ ଓ କଳାହାଣ୍ଡିରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।