ହୃଦୟର ସୁନ୍ଦରତା
ଭୁବନେଶ୍ଵର: ରାଜ୍ୟରେ ଆଜି ମୋଟ ୯୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୩ ଲକ୍ଷ ୩୩ ହଜାର ୯୮୦ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛନ୍ତି।
ବରଗଡ଼ ଜିଲ୍ଲାରୁ ସର୍ବାଧିକ ୧୪ ଜଣ ସୁସ୍ଥ ହୋଇଥିବା ବେଳେ ଯାଜପୁରରୁ ୯, କଟକରୁ ୮, ସମ୍ବଲପୁରରୁ ୮, ପୁରୀରୁ ୭, ଅନୁଗୁଳରୁ ୫, ବାଲେଶ୍ବରରୁ ୫, ବୌଦ୍ଧରୁ ୪, କଳାହାଣ୍ଡିରୁ ୪, ସୁନ୍ଦରଗଡ଼ରୁ ୪, ଦେବଗଡ଼ରୁ ୩, ଝାରସୁଗୁଡ଼ାରୁ ୩, ଖୋର୍ଦ୍ଧାରୁ ୩, ମୟୂରଭଞ୍ଜରୁ ୩, ନୂଆପଡ଼ାରୁ ୩, ସୋନପୁରରୁ ୩, ବଲାଙ୍ଗିରରୁ ୨, ନବରଙ୍ଗପୁରରୁ ୨, ଗଞ୍ଜାମରୁ ଜଣେ, କୋରାପୁଟରୁ ଜଣେ ସୁସ୍ଥ ହୋଇଛନ୍ତି ।