ଅର୍ଗସ୍ ବ୍ୟୁରୋ : କଦଳୀ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ପ୍ରାୟତଃ ସମସ୍ତେ ଜାଣନ୍ତି । ହେଲେ ଏକଥା ହୁଏତ ସମସ୍ତଙ୍କୁ ଜଣା ନଥିବା ଯେ, କଦଳୀ ଫୁଲ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ୍ ଉପକାରୀ ହୋଇଥାଏ । ଏଥିରେ ଫାଇବର, ପ୍ରୋଟିନ୍, କ୍ୟାଲସିୟମ୍, ପୋଟାସିୟମ୍, ଫସ୍ଫରସ୍, ଆଇରନ୍ ଭଳି ଗୁଣକାରୀ ତତ୍ୱ ଭରି ରହିଥାଏ । ଏହା ସେବନ କରିବା ଦ୍ୱାରା , ଏହା ଶରୀରର ଅନେକ୍ ରୋଗ ବେମାରୀ ଦୂର କରିବାରେ ସାହାଯ୍ୟ କରେ । ତେବେ ଆସନ୍ତୁ ଜାଣିବା କଦଳୀ ଫୁଲର ସ୍ୱାସ୍ଥ୍ୟ ଉପକାରିତା ସମ୍ପର୍କରେ ।
-କଦଳୀ ଫୁଲରେ ଆଇରନ ଭରପୁର ମାତ୍ରାରେ ମିଳିଥାଏ । ଶରୀରରେ ରକ୍ତହୀନତା ଦେଖାଦେଉଥିଲେ, କଦଳୀ ଫୁଲ ସେବନ କରିବା ଦ୍ୱାରା, ଏହା ଏହି ସମସ୍ୟା ଦୂର କରିବାରେ ସାହାଯ୍ୟ କରେ ।
-ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ କଦଳୀ ଫୁଲ । ଏଥିରୁ ମିଳୁଥିବା ପୋଷକ ତତ୍ୱ ପେଟ ବଥା,ବାନ୍ତି ଭଳି ଅନେକ୍ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ ।
-ଡିପ୍ରେସନ୍ରେ ସବୁବେଳେ ରହୁଥିଲେ, କଦଳୀ ଫୁଲ ପ୍ରତିଦିନ ସେବନ କରିବା ବହୁତ୍ ଲାଭଦାୟକ ହୋଇଥାଏ । ଏହା ସେବନ କରିବା ଦ୍ୱାରା ଡିପ୍ରେସନ୍ କମ୍ ହୋଇଥାଏ ।