ଅର୍ଗସ୍ ବ୍ୟୁରୋ : ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ , ଭାରତରେ ମହୁର ଉପଯୋଗ ହୋଇ ଆସୁଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ , ସମସ୍ତେ ଅଳ୍ପ ପରିମାଣରେ ମହୁ ଖାଇବା ଭଲ । ବଇଦ ମାନେ ବିଭିନ୍ନ ରୋଗର ଉପଶମ ନିମନ୍ତେ ମହୁ ବ୍ୟବହାର କରୁଥିବା ବେଳେ , ଆୟୂରର୍ବେଦରେ ମହୁକୁ ମହୌଷଧି ବୋଲି ନାଁ ଦିଆଯାଇଛି । କିନ୍ତୁ ମହୁ କିଣିବା ସମୟରେ ମହୁର ଶୁଦ୍ଧତା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ଔଷଧିୟ ଗୁଣରେ ଭରପୁର ମହୁର ଉପକାରିତା ସମ୍ପର୍କରେ ।
-ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ନିମନ୍ତେ, ସମସ୍ତେ ଏବେ ନିଜ ନିଜର ଖାଦ୍ୟପାନୀୟ ଉପରେ ଅତ୍ୟନ୍ତ ଗୁରୁତ୍ୱ ଦେଉଛନ୍ତି । ପ୍ରତିଦିନ ୧ ଚାମଚ ଶୁଦ୍ଧ ମହୁ ଖାଇବାର ଅଭ୍ୟାସ କରିବା ବହୁତ୍ ଭଲ ।
-ଆଣ୍ଟିଅକ୍ସିଡାଣ୍ଟ ଭରପୁର ମହୁ ଖାଇବା ଦ୍ୱାରା , ଏହା ତ୍ୱଚା ଓ କେଶକୁ ଆବଶ୍ୟକ ପରିମାଣରେ ପୋଷକତତ୍ୱ ଯୋଗାଉଥିବାର ବିଶେଷଜ୍ଞଙ୍କ ମତ । ଘରୋଇ ପ୍ୟାକ୍ରେ ମଧ୍ୟ ମହୁ ବ୍ୟବହାର କରିପାରିବେ ।
-ନିଦ୍ରାହୀନତାର ସମସ୍ୟା ଥିଲେ, ପ୍ରତିଦିନ ସକାଳୁ ଖାଲିପେଟରେ ଅଧାଚାମଚ ମହୁ ଖାଇବା ଭଲ । ଏଥିରେ ଥିବା ପୋଷକତତ୍ୱ ଭଲ ନିଦ ହେବାରେ ସାହାଯ୍ୟ କରେ ।
-ନିୟମିତ ଚା’ ପିଉଥିଲେ, ଚା’ରେ ଚିନି ପରବିର୍ତ୍ତେ ମହୁ ବ୍ୟବହାର କରିବା ବହୁତ୍ ଭଲ । ଏହା ଓଜନ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରେ ।
-ମହୁ ଥଣ୍ଡା ,ସର୍ଦ୍ଦିରୁ ରକ୍ଷା କରିବା ସହିତ, କୋଲେଷ୍ଟ୍ରଲ ସ୍ତରକୁ ମଧ୍ୟ କମ୍ କରେ ।
-ପେଟ ଜନିତ ସମସ୍ୟା, ଖାଦ୍ୟ ହଜମ ନହେବା, ଅମ୍ଳ ହେବା ଇତ୍ୟାଦି ରୋଗ ପାଇଁ ମହୁର ବ୍ୟବହାର ବହୁତ୍ ଉପକାରୀ ।