ଅର୍ଗସ୍ ବ୍ୟୁରୋ : ଦୁନିଆଁରେ ଅନେକ୍ ଲୋକ ଅଛନ୍ତି , ଯେଉଁମାନେ ଦିନର ଆରମ୍ଭ ଗୋଟେ କପ୍ ଚା’ କିମ୍ବା କଫିରୁ କରିଥାନ୍ତି । ଏହା ସହିତ ଅଫିସରେ କାମ କରିବା ସମୟରେ କିମ୍ବା ଲଗାତାର ଦୀର୍ଘ ସମୟ ଧରି ପାଠପଢିବା ସମୟରେ ମଧ୍ୟ ଅନେକ୍ କଫି ପିଇବାକୁ ପସନ୍ଦ କରନ୍ତି । କିନ୍ତୁ ହୁଏତ ସମସ୍ତଙ୍କୁ ଜଣାନଥିବ ଯେ, ଅତ୍ୟଧିକ କଫି ପିଇବା ଦ୍ୱାରା, ଏହାର ପାଶ୍ୱ -ପ୍ରତିକ୍ରିୟା ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
-ଏମିତି ଅନେକ୍ ଲୋକ ଅଛନ୍ତି , ଯେଉଁମାନେ ସକାଳେ ଖାଲି ପେଟରେ କଫି ପିଇବା ପାଇଁ ପସନ୍ଦ କରନ୍ତି । କିନ୍ତୁ ମନେ ରଖିବା ଉଚିତ୍ ଯେ , ସକାଳୁ ଖାଲି ପେଟରେ କଫି ପିଇବା ଦ୍ୱାରା, ଏହା ଇମ୍ୟୁନିଟିକୁ ପ୍ରଭାବିତ କରିପାରେ । ଏବଂ ଶରୀରର ଷ୍ଟ୍ରେସ୍ ଲେବୁଲକୁ ବଢାଇବାର କାମ ମଧ୍ୟ କରିପାରେ ।
-ଅତ୍ୟଧିକ କଫି ସେବନ କରିବା ଦ୍ୱାରା, ଭୋକ ଲାଗିବା କମ୍ ହୋଇଥାଏ । ସଂଧ୍ୟା ସମୟରେ ଅଧିକ କଫି ପିଇବା ଦ୍ୱାରା , ଏହା ରାତ୍ରି ଭୋଜନରେ ବାଧା ସୃଷ୍ଟି କରିପାରେ । ତେଣୁ ରାତ୍ରି ଭୋଜନ କରିବା ପୂର୍ବରୁ କଫି ଠାରୁ ଦୂରେଇ ରହିବା ଉଚିତ୍ ।
-ରାତିରେ ଶୋଇବା ପୂର୍ବରୁ କଫି ପିଇବା ଉଚିତ୍ ନୁହେଁ । କାହିଁକି ନାଁ ,ଏହା ନିଦରେ ବାଧା ସୃଷ୍ଟି କରିଥାଏ ।
-ଅତ୍ୟଧିକ କଫି ସେବନ କରିବା ଦ୍ୱାରା, ଏହା ଥାଇରଏଡ ସମସ୍ୟାକୁ ବଢାଇପାରେ ।
-ଅତ୍ୟଧିକ ମାତ୍ରାରେ କଫି ପିଇବା ଦ୍ୱାରା , ଏହା ମୁଣ୍ଡବିନ୍ଧାର କାରଣ ସାଜିପାରେ । ଏଥିପାଇଁ ସୀମିତ ମାତ୍ରାରେ ଏହାକୁ ସେବନ କରିବା ଆବଶ୍ୟକ ।