ଅର୍ଗସ୍ ବ୍ୟୁରୋ : ଏମିତି ଅନେକ୍ ଲୋକ ଅଛନ୍ତି ଯେଉଁମାନେ ଭାତ ସହିତ ରୁଟି ଖାଇବାକୁ ପସନ୍ଦ କରିଥାନ୍ତି । ଏହା ସହିତ ଅନେକ ଲୋକଙ୍କର ମାନସିକତା ରହିଥାଏ ଯେ, ବାହାର ଖାଦ୍ୟ , ଫାଷ୍ଟଫୁଡ ଇତ୍ୟାଦି ଖାଇବା ଦ୍ୱାରା, ଲୋକେ ଅଧିକ ମୋଟା ହୋଇ ଯାଆନ୍ତି ଏବଂ ମୋଟା ହୋଇଯିବା ଫଳରେ ଅଧିକ ଭାତ ନଖାଇ ଭାତ ସହିତ ରୁଟି ମଧ୍ୟ ମିଶାଇ ଖାଆନ୍ତି । ହେଲେ ଆପଣ ଜାଣନ୍ତି କି, ଭାତ ଓ ରୁଟି ଏକା ସହ ମିଶାଇ ଖାଇବା ଦ୍ୱାରା, ସ୍ୱାସ୍ଥ୍ୟ ଉପରେ ଏହାର କିପରି ପ୍ରଭାବ ପଡିଥାଏ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
ଉଭୟ ଭାତ ଓ ରୁଟିରେ କ୍ୟାଲୋରୀ ରହିଥାଏ । ଜଣେ ଯଦି ଏହାକୁ ଜଣେ ଏକା ସାଙ୍ଗରେ ଖାଏ , ତେବେ ଶରୀରକୁ ଆବଶ୍ୟକତା ଠାରୁ ଅଧିକ କ୍ୟାଲୋରୀ ମିଳିଥାଏ । ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା, ଏହା ହଜମ ହେବାକୁ ଅଧିକ ସମୟ ଲାଗିଥାଏ । ଯାହା ଦ୍ୱାରା ପାଚନତନ୍ତ୍ର ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡିଥାଏ । ଶରୀରରେ ଅଧିକ କ୍ୟାଲୋରୀ ଏକାଠି ହୋଇ ଫ୍ୟାଟ୍ ବଢାଇଥାଏ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ରାତିରେ ସହଜରେ ହଜମ ହେବା ଭଳି ଖାଦ୍ୟ ଖାଇବା ଉଚିତ୍ । ଗରିଷ୍ଠ ଖାଦ୍ୟ ଖାଇବା ଦ୍ୱାରା ନିଦ କମ୍ ହୋଇଥାଏ । ଏହାଦ୍ୱାରା ପାଚନ କ୍ରିୟା ପ୍ରଭାବିତ ହୋଇଥାଏ । ଏହା ଜାରି ରହିବା ଦ୍ୱାରା, ଶରୀରରେ ମୋଟାପଣ ବୃଦ୍ଧି ହୋଇଥାଏ ।