ଅର୍ଗସ୍ ବ୍ୟୁରୋ : କଲରା ସେହିସବୁ ପରିବା ମଧ୍ୟରୁ ଗୋଟିଏ, ଯାହାର ସ୍ୱାଦ ପାଇଁ ଅନେକ୍ ଲୋକ ଏହାକୁ ଖାଇବାକୁ ପସନ୍ଦ କରିନଥାନ୍ତି । କଲରାର ସ୍ୱାଦ ସ୍ୱାଦିଷ୍ଟ ହୋଇନଥାଇ ପାରେ, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ୍ ଉପକାରୀ ହୋଇଥାଏ । କଲରାରେ ଅନେକ୍ ଔଷଧିୟ ଗୁଣ ଭରି ରହିଥାଏ । ତେବେ ଆସନ୍ତୁ ଜାଣିବା କଲରାର ସ୍ୱାସ୍ଥ୍ୟ ଉପକାରିତା ସମ୍ପର୍କରେ ।
କଲରାରେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବା ସହିତ କଲରା ଜୁସ୍ ମଧ୍ୟ ସେବନ କରିପାରିବେ । କଲରାରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍’ଏ’, ’ସି’, ’ଇ’, ’କେ’କ୍ୟାଲସିୟମ୍, ଆଇରନ୍ର ମାତ୍ରା ଭରପୁର ରହିଥାଏ ।
-କଲରା ସେବନ କରିବା ଦ୍ୱାରା ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । କଲରାରେ କ୍ୟାଲୋରୀର ମାତ୍ରା କମ୍ ରହିଥାଏ ଏବଂ ଏଥିରେ ଫାଇବରର ଗୁଣ ଭରପୁର ରହିଥାଏ ।
-କଲରାରେ ଫାଇବରର ଗୁଣ ଭରି ରହିଥାଏ । କଲରା ଜୁସ୍ ସେବନ କରିବା ଦ୍ୱାରା ଏହା ପେଟ ସମ୍ବନ୍ଧୀୟ ଅନେକ୍ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ ।
-ହୃଦୟ ସମ୍ବନ୍ଧୀୟ ସମସ୍ୟା ପାଇଁ କଲରା ସେବନ କରିବା ବହୁତ୍ ଲାଭଦାୟକ । ଏହା ଶରୀରରେ ଖରାପ୍ କୋଲେଷ୍ଟ୍ରଲକୁ କମ୍ କରିବାରେ ସାହାଯ୍ୟ କରେ ।
-କଲରାରେ ଆଣ୍ଟିଅକ୍ସିଡାଣ୍ଟ,ଭିଟାମିନ୍’ଏ’, ‘ସି’ ମାତ୍ରା ଭରପୁର ରହିଥାଏ । ଯାହା ତ୍ୱଚା ପାଇଁ ବେଶ ଉପକାରୀ ହୋଇଥାଏ । ଏହା ତ୍ୱଚା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାକୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରେ ।
-ଇମ୍ୟୁନିଟି ମଜବୁତ୍ କରିବାରେ ଏହା ବେଶ ଲାଭଦାୟକ ହୋଇଥାଏ କଲରା ।