ଅର୍ଗସ୍ ବ୍ୟୁରୋ : ବାଇଗଣକୁ ଅନେକ୍ ଲୋକ ବେ-ଗୁଣ ବୋଲି କହିଥାନ୍ତି । କିଛି ଲୋକଙ୍କ ମାନିବା ହିସାବରେ , ବାଇଗଣରେ କୌଣସି ଉପକାରୀ ଗୁଣ ନଥାଏ । କିନ୍ତୁ ହୁଏତ ସମସ୍ତଙ୍କୁ ଜଣାନଥିବ ଯେ, ବାଇଗଣ ବେ-ଗୁଣ ନୁହେଁ , ବରଂ ଏଥିରେ ଗୁଣର ଭଣ୍ଡାର ରହିଛି । ବାଇଗଣ ଏକ ଏମିତି ପରିବା ,ଯାହା ପ୍ରତି ଋତୁରେ ମିଳିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ୍ ଲାଭଦାୟକ ହୋଇଥାଏ । ବାଇଗଣରେ ଭିଟାମିନ୍’ସି’, ‘ବି’ ,ଆଣ୍ଟି-ଅକ୍ସିଡାଣ୍ଟ ଭଳି ଆହୁରି ଅନେକ୍ ଗୁଣକାରୀ ତତ୍ୱ ଭରି ରହିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ୍ ଉପକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ବାଇଗଣର ସ୍ୱାସ୍ଥ୍ୟ ଉପକାରିତା ସମ୍ପର୍କରେ ।
-ଇମ୍ୟୁନିଟି ମଜବୁତ୍ କରିବାରେ ସହାୟକ ହୋଇଥାଏ ବାଇଗଣ । ଏଥିରେ ଭିଟାମିନ୍,ଆଇରନ୍,ଜିଙ୍କ୍ ଭରପୁର ମାତ୍ରାରେ ମିଳିଥାଏ । ଯାହା ଇମ୍ୟୁନିଟିକୁ ମଜବୁତ୍ କରିବାରେ ସାହାଯ୍ୟ କରେ ।
-ବାଇଗଣକୁ ପ୍ରତିଦିନ ନିଜ ଖାଦ୍ୟ ତାଲିକାରେ ସେବନ କରିବା ଦ୍ୱାରା, ଏହା କୋଲେଷ୍ଟ୍ରଲ ଲେବୁଲକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ । ଏଥିରେ ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମର ମାତ୍ରା ଅଧିକ ରହିଥାଏ । ଯାହା ଫଳରେ ଏହା କୋଲେଷ୍ଟ୍ରଲ ସ୍ତରକୁ ବଢିବାରୁ ରୋକିଥାଏ ।
-ବାଇଗଣରେ ଭିଟାମିନ୍’ସି’ର ମାତ୍ରା ଭରପୁର ରହିଥାଏ । ଯାହା ଇମ୍ୟୁନିଟିକୁ ମଜବୁତ୍ କରିବା ସହିତ,ଶରୀରକୁ ସଂକ୍ରମଣ ମୁକ୍ତ କରିବାରେ ମଧ୍ୟ ସାହାଯ୍ୟ କରେ । ତେଣୁ ପ୍ରତିଦିନ ବାଇଗଣରେ ପ୍ରସ୍ତୁତ ଯେ କୌଣସି ବ୍ୟଞ୍ଜନ ସେବନ କରିବା ବହୁତ୍ ଲାଭଦାୟକ ।
-ବାଇଗଣରେ କମ୍ କ୍ୟାଲୋରୀ ମିଳିଥାଏ । ଯାହା ଓଜନ କମ୍ କରିବାରେ ବେଶ ସହାୟକ ହୋଇଥାଏ ।
-ବାଇଗଣରେ ପ୍ରଚୁର ମାତ୍ରାରେ ଉପଲବ୍ଧ କଣିଜ,ଭିଟାମିନ୍,ପାଣି କେଶମୂଳକୁ ମଜବୁତ୍ କରିବାରେ ସାହାଯ୍ୟ କରେ । ବାଇଗଣକୁ କାଟି କେଶ ମୂଳରେ ଲଗାଇ ୧୦ ରୁ ୧୫ ମିନିଟ ପରେ କେଶକୁ ହାଲ୍କା ଉଷୁମ୍ ପାଣିରେ ଧୋଇବା ଫଳରେ, ଏହା କେଶ ମୂଳକୁ ଶକ୍ତ କରିଥାଏ ।