ଅର୍ଗସ୍ ବ୍ୟୁରୋ: ପିଆଜକୁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତି କରିବା ଠାରୁ ଆରମ୍ଭ କରି , ସାଲାଡ କରିବା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବ୍ୟବହାର କରାଯାଏ । ପିଆଜ କେବଳ ଖାଦ୍ୟର ସ୍ୱାଦ ବଢାଇବାରେ ନୁହେଁ , ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ୍ ଉପକାରୀ ହୋଇଥାଏ । ହେଲେ ହୁଏତ ସମସ୍ତଙ୍କୁ ଜଣାନଥିବ ଯେ, ସ୍ପ୍ରିଙ୍ଗ ଅନିଅନ୍ ରେ ମଧ୍ୟ ସ୍ୱାସ୍ଥ୍ୟ ଉପକାରୀ ଅନେକ୍ ଗୁଣ ଭରି ରହିଥାଏ । ଚାଇନିଜ୍ ଫୁଡରେ ଏହାର ବ୍ୟବହାର ଅଧିକ ହୋଇଥିବା ଦେଖିବାକୁ ମିଳେ । ଫୁଡ ଗାର୍ନିସିଙ୍ଗ ପାଇଁ ଏହାକୁ ଅଧିକ ବ୍ୟବହାର କରାଯାଏ । ଏହା ସହିତ ଏଥିରୁ ଅନେକ୍ ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସ୍ପ୍ରିଙ୍ଗ୍ ଅନିଅନର ସ୍ୱାସ୍ଥ୍ୟ ଉପକାରିତା ସମ୍ପର୍କରେ ।
-ଡାଇବେଟିସ୍ ରୋଗୀଙ୍କ ପାଇଁ ସ୍ପ୍ରିଙ୍ଗ୍ ଅନିଅନ୍ ବହୁତ୍ ଉପକାରୀ ହୋଇଥାଏ । ଏହା ବ୍ୟବହାର କରିବା ଦ୍ୱାରା, ଏହା ଅନେକ୍ ମାତ୍ରାରେ ଟାଇବେଟିସ୍ ହେବାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।
-ଆଖିକୁ ସୁସ୍ଥ ରଖିବା ସହିତ ଦୃଷ୍ଟିଶକ୍ତି ବଢାଇବା ସାହାଯ୍ୟ କରେ ସ୍ପ୍ରିଙ୍ଗ୍ ଅନିଅନ୍ ।
-ସ୍ପ୍ରିଙ୍ଗ୍ ଅନିଅନରେ ଆଣ୍ଟିଭାଇରାଲ ଗୁଣ ରହିଥାଏ, ଯାହା କାଶ ଏବଂ ଫ୍ଲୁ ସହ ଲଢିବାରେ ବେଶ ସହାୟକ ହୋଇଥାଏ ।
-ଇମ୍ୟୁନିଟିକୁ ମଜବୁତ୍ କରିବା ପାଇଁ ,ନିଜ ଡାଏଟରେ ସାମିଲ କରିପାରିବେ ସ୍ପ୍ରିଙ୍ଗ୍ ଅନିଅନ୍ । ଏଥିରୁ ମିଳୁଥିବା ଭିଟାମିନ୍ , ଇମ୍ୟୁନିଟିକୁ ମଜବୁତ୍ କରିବାରେ ସାହାଯ୍ୟ କରେ ।
-ହାଡ କମ୍ଜୋର୍ ହେବାକୁ ଲାଗୁଥିଲେ, ସ୍ପ୍ରିଙ୍ଗ୍ ଅନିଅନ୍ ନିଜ ଡାଏଟରେ ସାମିଲ କରିବା ବହୁତ୍ ଉପକାରୀ । ଏଥିରେ କ୍ୟାଲସିୟମ୍,ଭିଟାମିନ୍’କେ’ ଭଳି ପୋଷକ ତତ୍ୱ ଭରପୁର ମାତ୍ରାରେ ମିଳିଥାଏ । ଯାହା ହାଡକୁ ମଜବୁତ୍ କରିବାରେ ସାହାଯ୍ୟ କରେ ।