ଅର୍ଗସ୍ ବ୍ୟୁରୋ : କୁହାଯାଏ ସ୍ୱାସ୍ଥ୍ୟପ୍ରତି ହିତକର ସବୁଜ ପନିପରିବା । ସବୁଜ ପନିପରିବା ଖାଇବା ଜରୁରୀ । ଏଥିରେ ଭରପୁର ଥିବା ପୋଷକତତ୍ୱ ମଣିଷ ଶରୀରକୁ ଶକ୍ତି ଯୋଗାଇଥାଏ । ସବୁଜ ପନିପରିବା ମଧ୍ୟରେ ବାଇଗଣ , ଯାହାର ଆଦର ଦେଶରୁ ବିଦେଶ ପର୍ଯ୍ୟନ୍ତ ଦେଖିବାକୁ ମିଳେ । ବିଶେଷଜ୍ଞଙ୍କ ମତରେ, ବାଇଗଣକୁ ବିଭିନ୍ନ ବ୍ୟଞ୍ଜନରେ ସାମିଲ କରିବା ସ୍ୱାସ୍ଥ୍ୟ ପାଇଁ ଭଲ । ତେବେ ଆସନ୍ତୁ ଜାଣିବା ବାଇଗଣର ସ୍ୱାସ୍ଥ୍ୟ ଉପକାରିତା ସମ୍ପର୍କରେ ।
-ଭିଟାମିନ୍ ‘ଏ’ , ‘ସି’, ‘ବି-୨’, ଲୌହ, ଜିଙ୍କ୍ରେ ଭରପୁର ବାଇଗଣ ଖାଇବା ଦ୍ୱାରା, ଶରୀରର ରୋଗପ୍ରତିରୋଧକ ଶକ୍ତି ବଢିଥାଏ ।
-ଓଜନ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ, ନିୟମିତ ବାଇଗଣ ଖାଇବା ଭଲ । ପ୍ରତିଦିନ ବାଇଗଣ ଭଜା କିମ୍ବା ଭର୍ତା ଖାଇବା ଦ୍ୱାରା, ଏହା ପାଚନତନ୍ତ୍ରକୁ ଭଲ ରଖିବା ସହ ଓଜନ ନିୟନ୍ତ୍ରଣରେ ରହିଥାଏ ।
-ହାଡ,ଗୋଡ ସମସ୍ୟା ଥିଲେ, କ୍ୟାଲସିୟମ୍,ପୋଟାସିୟମ ଯୁକ୍ତ ବାଇଗଣକୁ ନିଜ ଖାଦ୍ୟ ତାଲିକାରେ ସାମିଲ କରିବା ଆବଶ୍ୟକ ।
-ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ବାଇଗଣ ଖାଇଲେ, ହୃଦରୋଗ ହେବାର ଆଶଙ୍କା କମ୍ ଥାଏ ବୋଲି କୁହାଯାଏ ।
-ବାଇଗଣ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ମଧ୍ୟ ବଢିଥାଏ ।