ଅର୍ଗସ୍ ବ୍ୟୁରୋ : ଅଧିକାଂଶ ଲୋକ ଧନିଆ ପତ୍ରକୁ ନିଜ ଖାଦ୍ୟ ତାଲିକାରେ ସାମିଲ କରନ୍ତି । ଧନିଆ ପତ୍ର ବିଭିନ୍ନ ପ୍ରକାର ବ୍ୟଞ୍ଜନର ସ୍ୱାଦ ବଢାଇବା ସହ, ଏଥିରେ ଅନେକ୍ ସ୍ୱାସ୍ଥ୍ୟ ଉପକାରୀ ଗୁଣ ମଧ୍ୟ ଭରି ରହିଥାଏ । ତେବେ ଆସନ୍ତୁ ଜାଣିବା ଧନିଆ ପତ୍ରର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ।
-ଧନିଆ ପତ୍ରରେ ପ୍ରୋଟିନ୍, କାର୍ବୋହାଇଡ୍ରେଡ୍, ଫସଫରସ୍, ମିନେରାଲ, କ୍ୟାଲସିୟମ୍, ଫାଇବର, ପୋଟାସିୟମ୍ର ଗୁଣ ଭରି ରହିଥାଏ ।
-ପ୍ରତିଦିନ ଧନିଆ ପତ୍ରରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା ,ତାହା ରକ୍ତରେ ସୁଗାର ପରିମାଣକୁ ଅନେକାଂଶରେ ସନ୍ତୁଳିତ ରଖିଥାଏ ।
- ଧନିଆ ପତ୍ର ଶରୀରର ଇନସୁଲିନ୍ ମାତ୍ରା ମଧ୍ୟ ବଢାଇଥାଏ ।
-ପେଟ ଜନିତ କୌଣସି ସମସ୍ୟା ଥିଲେ, ଧନିଆ ପତ୍ର ସେସବୁ ଦୂର କରିବାରେ ବେଶ ସହାୟକ ହୋଇଥାଏ ।
-ନିୟମିତ ଧନିଆ ପତ୍ର ସେବନ କଲେ, ପାଚନକ୍ରିୟା ଆହୁରି ସକ୍ରିୟ ହୋଇଥାଏ ।
-ପେଟ ଦରଜରୁ ଉପଶମ ଦେବାରେ ସହାୟକ ହୁଏ ଧନିଆ ପତ୍ର ।
-ଶରୀରର କୋଲେଷ୍ଟ୍ରଲ ପରିମାଣକୁ ସନ୍ତୁଳିତ ରଖିଥାଏ ଧନିଆ ପତ୍ର ।
-ପ୍ରତିଦିନ ଏହାକୁ ସେବନ କରିବା ଦ୍ୱାରା, ଦୃଷ୍ଟି ଶକ୍ତି ପ୍ରଖର ହୋଇଥାଏ ।
ଧନିଆ ପତ୍ରରେ ଭରି ରହିଥିବା ଭିଟାମିନ୍ ‘ସି’ ସ୍ୱାସ୍ଥ୍ୟ ପାଇଁ ବହୁତ୍ ଉପକାରୀ ହୋଇଥାଏ ।