ଅର୍ଗସ୍ ବ୍ୟୁରୋ : ସାଧାରଣତଃ ବୟସ ବଢିବା ସଙ୍ଗେସଙ୍ଗେ ଅନେକ୍ ରୋଗବେମାରୀ ଦେଖା ଦେଇଥାଏ । ଆଣ୍ଠୁ ଗଣ୍ଠି ସମସ୍ୟା ଏବେ ଏକ ମୁଖ୍ୟ ସମସ୍ୟା ହୋଇ ଦେଖାଦେଉଛି । ଏହି ସମସ୍ୟାର ସମ୍ମୁଖୀନ ହେଲେ ଏହା ଚଲାବୁଲା କରିବାରେ ବାଧା ସୃଷ୍ଟି କରିଥାଏ । ଏହି ସମସ୍ୟା ବିଭିନ୍ନ କାରଣରୁ ଦେଖାଦେଇଥାଏ । ହେଲେ ଏବେ ଅନେକ୍ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ସମସ୍ୟା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଦେଉଛି । ଏଭଳି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ଡାକ୍ତରଙ୍କ ପରାମର୍ଶ ନେବା ସଙ୍ଗେସଙ୍ଗେ ଏଥିପାଇଁ କିଛି ଘରୋଇ ଉପଚାର ମଧ୍ୟ ରହିଛି । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
- କ୍ଷୀର ଓ ଅଦା ମିଶ୍ରିତ ଚା’ ପିଇବା ଦ୍ୱାରା ଏହା ଆଣ୍ଠୁ ବ୍ୟଥାରୁ ରକ୍ଷା କରିବାରେ ସାହାଯ୍ୟ କରେ ।
-ଏହି ସମସ୍ୟାରୁ ଉପଶମ ପାଇବାକୁ ହେଲେ ପ୍ରତିଦିନ ସକାଳୁ ରସୁଣ ଖାଇବା ଭଲ । ଏହା ଏହି ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ ।
-ବ୍ରୋକଲିରେ ଏପରି ତତ୍ୱ ରହିଛି ଯାହା ଆଣ୍ଠୁ ଗଣ୍ଠି ସମସ୍ୟାରୁ ମୁକ୍ତି ଦେବାରେ ସହାୟକ ହୋଇଥାଏ ।
-ଭିଟାମିନ୍’ଇ’ ଜାତୀୟ ଖାଦ୍ୟ ଏପରି ସମସ୍ୟାରୁ ଉପଶମ ଦେବାରେ ସାହାଯ୍ୟ କରେ ।
-ପ୍ରତିଦିନ ଖାଦ୍ୟରେ ଅମୃତଭଣ୍ଡା ସାମିଲ କରିବା ବହୁତ୍ ଉପକାରୀ । ଏଥିରେ ଭିଟାମିନ୍’ସି’ ପ୍ରଚୁର ମାତ୍ରାରେ ରହିଛି । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେବା ସହିତ ଆଣ୍ଠୁ ଜନିତ ସମସ୍ୟାରୁ ଉପଶମ ଦେଇଥାଏ ।
-ଉଷୁମ୍ କ୍ଷୀରରେ ହଳଦୀ ପକାଇ ରାତିରେ ଶୋଇବା ପୂର୍ବରୁ ପ୍ରତିଦିନ ପିଇବା ,ଏହି ସମସ୍ୟା ପାଇଁ ବହୁତ୍ ଉପକାରୀ ହୋଇଥାଏ ।