ସିଆରପି ଛକ ମର୍ଡର ଘଟଣା, ମୃତ ବ୍ୟକ୍ତିଙ୍କ ମାଆଙ୍କ ପ୍ରତିକ୍ରିୟା...
ଭୁବନେଶ୍ବର: ରାଜଧାନୀରୁ ଆଜି 02ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 2ଜଣ ଯାକ କ୍ଵାରେଣ୍ଟିନରୁ ସଂକ୍ରମିତ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 31ହଜାର 956କୁ ବୃଦ୍ଧି ହୋଇଛି।
ସେହିପରି ଆଜି ଭୁବନେଶ୍ବରରୁ 05 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରୁ ମୋଟ 31 ହଜାର 615 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଭୁବନେଶ୍ବରରୁ 72ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ 248 ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।