ବୟସ ମାତ୍ର 3 ବର୍ଷ ,ହେଲେ ସେ ଏବେ କୁନି ମଡ଼େଲ ଭାବେ ବେଶ ପରିଚିତ
ଭୁବନେଶ୍ବର: ରାଜଧାନୀରୁ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ସେହି ବ୍ୟକ୍ତି ଜଣଙ୍କ ହଂସପାଳରୁ ସଂକ୍ରମିତ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 31ହଜାର 926କୁ ବୃଦ୍ଧି ହୋଇଛି।
ସେହିପରି ଆଜି ଭୁବନେଶ୍ବରରୁ 10 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରୁ ମୋଟ 31 ହଜାର 530 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଭୁବନେଶ୍ବରରୁ 128ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ 247 ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।