ଅଧିକ ପଢନ୍ତୁ: ଠିଆ ହୋଇ ପାଣି ପିଇବା ସ୍ବାସ୍ଥ୍ୟପାଇଁ କ୍ଷତିକାରକ
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଅନୁସନ୍ଧାନକୁ କେନ୍ଦ୍ର କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ କହିଛନ୍ତି ଯେ କୋଭିଡ -19 ର ଶିକାର ହୋଇଥିବା ଲୋକମାନେ ଏକ ବର୍ଷ କିମ୍ବା ଦୁଇ ବର୍ଷ ଧରି ଅଧିକ ପରିଶ୍ରମ କରିବା ଉଚିତ୍ ନୁହେଁ। କାରଣ ଏହି ରୋଗ ହୃଦୟ ଏବଂ ଫୁସଫୁସକୁ ଦୁର୍ବଳ କରିଦେଇଥାଏ। ଯାହାଫଳରେ ଅତ୍ୟଧିକ ପରିଶ୍ରମ କରିବାଦ୍ବାରା ଏହି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଉପରେ ଚାପ ପଡିଥାଏ| କୋଭିଡ୍ ରକ୍ତ ଜମାଟ ବାନ୍ଧିବା ଆଶଙ୍କା ମଧ୍ୟ ବଢାଇଥାଏ। | ପ୍ରାୟ 15-20% କୋଭିଡ ରୋଗୀ ହୃଦଘାତର ସମ୍ମୁଖୀନ ହେଉଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ ଗୁରୁତର କୋଭିଡ -19 ରୋଗୀମାନେ କୌଣସି କଠିନ ଶାରୀରିକ କାର୍ଯ୍ୟରୁ ଦୂରେଇ ରହିବା ଉଚିତ । ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି -
• ଭାରୀ ଜିନିଷ ଉଠାଇବା |
• ପାହାଚ କିମ୍ବା ସିଡ଼ି ଚଢିବା |
• ଜଗିଂ କରିବା।
• ଗରମ ପରିବେଶରେ କାମ କରିବା ଇତ୍ୟାଦି।
କୋଭିଡ ହୋଇଥିବା ବ୍ୟକ୍ତି ସର୍ବଦା ନିଜର ଯତ୍ନ ନେବା ସହ ଭଲ ଡାଏଟ ପ୍ରତି ମଧ୍ୟ ଧ୍ୟାନ ଦେବା ଦରକାର । ଯେପରିକି ପ୍ରଚୁର ଫଳ, ପନିପରିବା ଖାଇବା • ନିୟମିତ ହାଲକା ବ୍ୟାୟାମ କରିବା , ଧୂମପାନ ଛାଡିବା ଇତ୍ୟାଦି। ହୃଦ୍ ରୋଗ ପାଇଁ ଧୂମପାନ ହେଉଛି ଏକ ପ୍ରମୁଖ ବିପଦର କାରଣ । ଯଦି ଧୂମପାନ ଛାଡିଦିଆଯାଏ ତେବେ ହୃଦଘାତ ଏବଂ ଷ୍ଟ୍ରୋକ୍ ହେବାର ଆଶଙ୍କା କମିଯାଇଥାଏ। ଏବଂ ସବୁଠୁ ବଡ କଥା ହେଲା ଏହି ରୋଗୀ ଦିନକୁ ୭-୯ ଘଣ୍ଟା ଶୋଇବା ଆବଶ୍ୟକ।
ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ନ୍ୟୁଜ ଆହୁରି ପଢନ୍ତୁ