ROK THOK: ପୋଷା ଶୁଆଙ୍କ ଘୋଷା କଥା
ଭୁବନେଶ୍ଵର: ଆଜି ଅପରାହ୍ନରେ 3 ଲକ୍ଷ 49 ହଜାର ଟୀକା ଓଡ଼ିଶାରେ ପହଞ୍ଚିବ । ଯେତିକି ଟୀକା ଆସୁଛି ତାହା 3 ଦିନ ହିଁ ଯିବ । ଯଦି ଅଧିକ ଟୀକା ନ ଆସେ ତେବେ ଆଗକୁ ଟୀକା କରଣ ବାଧା ପ୍ରାପ୍ତ ହେବର ସମ୍ଭାବନା ରହିଛି । ଗତକାଲି 2 ଲକ୍ଷ 63 ହଜାର 41 ଟୀକା କରଣ ହୋଇଛି । ପ୍ରତିଦିନ 2 ଲକ୍ଷ ଟୀକାକରଣର ଟାର୍ଗେଟ ରହିଥିଲା। ଏବେ କିନ୍ତୁ ଏହା ବୃଦ୍ଧି ପାଇଛି।
5 ଦିନରେ 10 ଲକ୍ଷ ଟାର୍ଗେଟ ଥିବା ବେଳେ 11 ଲକ୍ଷ ପାର କରିଛି । ରାଜ୍ୟରେ ବର୍ତ୍ତମାନ 3 ଲକ୍ଷ 47 ହଜାର କୋଭିସିଲଡ଼ ଟୀକା ମହଜୁଦ ଅଛି । ହିଟୱେଭ ପାଇଁ ଟୀକା କରଣର ସମୟ ପରିବର୍ତ୍ତନ କରାଯାଇଛି।
ପ୍ରଥମ ପର୍ଯ୍ୟାୟ ଅପେକ୍ଷା ସେକେଣ୍ଡ ୱେଭ ଅଧିକ ଦ୍ରୁତ ଗତିରେ ସଂକ୍ରମଣ ହେଉଛି । ଏଥିରେ ଗୋଟିଏ ଆଶ୍ୱସ୍ତି କର କଥା ହେଉ ଡେଥ ରେଟ ନାହିଁ । କୋରନା ସଂକ୍ରମଣ ଟିକିଏ କମିବା ପରେ ଲୋକମାନେ ପୁଣି ବେପରୁଆ ହୋଇଯାଇଥିବାରୁ ସଂକ୍ରମଣ ବଢିବାରେ ଲାଗିଛି।