ଭୁବନେଶ୍ଵର:ରାଜ୍ୟରେ ଆଜି ମୋଟ ୨୬୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୨ ଲକ୍ଷ ୪୬ ହଜାର ୮୩୭ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୮ ଜଣ ସୁସ୍ଥ ହୋଇଥିବା ବେଳେ କଟରରୁ ୨୦୪, ସୁନ୍ଦରଗଡରୁ ୧୭୧, ଅନୁଗୁଳରୁ ୧୪୮, ଯାଜପୁରରୁ ୧୧୯, ବାଲେଶ୍ଵରରୁ ୧୧୩, ସମ୍ବଲପୁରରୁ ୧୦୯, ମୟୂରଭଞ୍ଜରୁ ୯୯, ବଲାଙ୍ଗିରରୁ ୯୫, ନବରଙ୍ଗପୁରରୁ ୯୧, ବରଗଡରୁ ୮୩, ଜଗତସିଂହପୁରରୁ ୭୮, ଭଦ୍ରକରୁ ୬୯, ଝାରସୁଗୁଡାରୁ ୬୮, କେନ୍ଦୁଝରରୁ ୬୧, ନୂଆପଡାରୁ ୬୧,ପୁରୀରୁ ୫୪, ସୋନପୁରରୁ ୫୩, କଳାହାଣ୍ଡିରୁ ୫୨, କୋରାପୁଟରୁ ୫୦, କନ୍ଧମାଳରୁ ୪୫, ନୟାଗଡରୁ ୪୧, ଗଞ୍ଜାମରୁ ୩୪, ଢେଙ୍କାନାଳରୁ ୩୦, ମାଲକାନଗିରିରୁ ୨୮, ବୌଦ୍ଧରୁ ୧୮, ଦେବଗଡରୁ ୧୩, ଗଜପତିରୁ ୧୨ ଓ ରାୟଗଡାରୁ ୧୨ ଜଣ ସୁସ୍ଥ ହୋଇଛନ୍ତି।