ସୁନ୍ଦରଗଡ଼ରୁ ସର୍ବାଧିକ ୨୦ ଜଣ ସୁସ୍ଥ ହୋଇଥିବା ବେଳେ, କଟକରୁ ୧୮, ଖୋର୍ଦ୍ଧାରୁ ୧୫, କୋରାପୁଟରୁ ୯, ମୟୂରଭଞ୍ଜରୁ ୮, କଳାହାଣ୍ଡିରୁ ୭, ଝାରସୁଗୁଡ଼ାରୁ ୬, ଅନୁଗୁଳ ଓ ଯାଜପୁରରୁ ୫ ଜଣ ଲେଖାଏଁ, ବଲାଙ୍ଗିର, ଜଗତସିଂହପୁର ଓ ସମ୍ବଲପୁରରୁ ୪ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୩ ଜଣ, ବାଲେଶ୍ବର, ଗଞ୍ଜାମ, ନୂଆପଡ଼ା, ରାୟଗଡ଼ାରୁ ୨ ଜଣ ଲେଖାଏଁ, ବରଗଡ଼ ଓ ଗଜପତିରୁ ଜଣେ ଲେଖାଏଁ ଓ ଷ୍ଟେଟ୍ ପୁଲରୁ ୩ ଜଣ ସୁସ୍ଥ ହୋଇଛନ୍ତି ।
ରାଜ୍ୟରେ ଆଜି ମୋଟ ୧୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ଵର: ରାଜ୍ୟରେ ଆଜି ମୋଟ ୧୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୩ ଲକ୍ଷ ୩୭ ହଜାର ୨୧୨ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛନ୍ତି।
Download Argus News App
