ପରୀକ୍ଷା ଦ୍ୱନ୍ଦ୍ୱ ଦୂର କରିବା ଦାବିରେ ପ୍ରତିବାଦ
ଭୁବନେଶ୍ଵର: ରାଜ୍ୟରେ ଆଜି ମୋଟ ୨୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୩ ଲକ୍ଷ ୩୮ ହଜାର ୮୯୦ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛନ୍ତି।
ନୂଆପଡ଼ାରୁ ସର୍ବାଧିକ ୪୦ ଜଣ ସୁସ୍ଥ ହୋଇଥିବା ବେଳେ, ବରଗଡ଼ରୁ ୩୪, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ୨୬ ଜଣ ଲେଖାଏଁ, କଳାହାଣ୍ଡିରୁ ୨୨ ଜଣ, କଟକରୁ ୧୬, ଅନୁଗୁଳରୁ ୯, ଗଞ୍ଜାମ ଓ ମୟୂରଭଞ୍ଜରୁ ୭ ଜଣ ଲେଖାଏଁ, ବାଲେଶ୍ବରରୁ ୬, ବଲାଙ୍ଗୀର ଓ ଯାଜପୁରରୁ ୫ ଜଣ ଲେଖାଏଁ, ଢ଼େଙ୍କାନାଳ, କେନ୍ଦୁଝର, ନବରଙ୍ଗପୁର ଓ ରାୟଗଡ଼ାରୁ ୩ ଜଣ ଲେଖାଏଁ, ଝାରସୁଗୁଡ଼ା, ନୟାଗଡ଼ ଓ ପୁରୀରୁ ୨ ଜଣ ଲେଖାଏଁ, ଜଗତସିଂହପୁରରୁ ଜଣେ ଓ ଷ୍ଟେଟ୍ ପୁଲରୁ ୬ ଜଣ ସୁସ୍ଥ ହୋଇଛନ୍ତି ।