ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୩ ଜଣ ସୁସ୍ଥ ହୋଇ ଥିବା ବେଳେ, କଳାହାଣ୍ଡିରୁ ୫୭, ବରଗଡରୁ ୩୪, ନୂଆପଡାରୁ ୩୨, ସୁନ୍ଦରଗଡରୁ ୩୧, ଅନୁଗୋଳରୁ ୨୭, କଟକରୁ ୨୬, ଝାରସୁଗୁଡାରୁ ୧୭, ସମ୍ବଲପୁରରୁ ୧୪, କେନ୍ଦୁଝରରୁ ୧୨, ପୁରୀରୁ ୯, ଯାଜପୁରରୁ ୮, ଗଞ୍ଜାମରୁ ୭, ନବରଙ୍ଗପୁରରୁ ୬, ବାଲେଶ୍ଵରରୁ ୫, ଢେଙ୍କାନାଳରୁ ୫, କୋରାପୁଟରୁ ୫, ଭଦ୍ରକରୁ ୪, ମୟୂରଭଞ୍ଜରୁ ୪, ରାୟଗଡାରୁ ୪, ସୋନପୁରରୁ ୩, ବଲାଙ୍ଗୀରରୁ ୨, କେନ୍ଦ୍ରାପଡାରୁ ୨, ନୟାଗଡରୁ ଜଣେ ଓ ଷ୍ଟେଟ୍ ପୁଲରୁ ୬ ଜଣ ସୁସ୍ଥ ହୋଇଛନ୍ତି ।
ଭୁବନେଶ୍ଵର: ରାଜ୍ୟରେ ଆଜି ମୋଟ ୪୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୩ ଲକ୍ଷ ୩୯ ହଜାର ୬୦୩ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛନ୍ତି।

ଅର୍ଗସ ବ୍ୟୁରୋ : ଯାଜପୁରରେ ବଡ ଅଘଟଣ । ମାଲବାହୀ ଟ୍ରେନ୍ରେ କଟି ୬ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଯାଜପୁର ରୋଡ୍ ଷ୍ଟେସନ୍ ଚୂନଭାଟି ପ୍ଲଟ୍ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା । ପ୍ରବଳ ବର୍ଷା, ପବନ ଯୋଗୁଁ ଟ୍ରେନ୍ ବଗି ତଳେ ବସିଥିଲେ ଶ୍ରମିକ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ଘଟଣାରେ ଶୋକ ପିରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି ଏହି ଅଭାବନୀୟ ଘଟଣାରେ ବ୍ୟକ୍ତିଙ୍କ ଦେହାନ୍ତ ହେବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।

ଅର୍ଗସ ବ୍ୟୁରୋ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ଠାରୁ ଜୁନ ୧୧ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଢେଙ୍କାନାଳ, ଦେବଗଡ, ସମ୍ବଲପୁର ଓ ବରଗଡ ଜିଲ୍ଲାରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ଗସ୍ତର ପ୍ରଥମ ଦିନରେ ଶ୍ରୀ ପ୍ରଧାନ ଢେଙ୍କାନାଳର କଙ୍କଡାହାଡ ଠାରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗଦେବେ । କାମାକ୍ଷାନଗରରେ କମ୍ୟୁନିଟି ରେଡିଓ- “ରେଡିଓ ବସୁଧା”ର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବେ । କାମାକ୍ଷାନଗରରେ ଦଳ ପକ୍ଷରୁ ଅନୁଷ୍ଠିତ ସଂଯୁକ୍ତା ମୋର୍ଚ୍ଚା ବୈଠକରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।
ଦ୍ୱିତୀୟ ଦିନରେ ଶ୍ରୀ ପ୍ରଧାନ ଭୁବନେଶ୍ୱର ଠାରେ ଦିଲ୍ଲୀପ ଶତପଥୀ ମେମୋରିଆଲ ରାଜ୍ୟସ୍ତରୀୟ ପ୍ରଶ୍ନତ୍ତୋର ପ୍ରତିଯୋଗିତା କାର୍ଯ୍ୟକ୍ରମ ଏବଂ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଜନଜାତୀୟ ଖେଳ ମହୋତ୍ସବ- ୨୦୨୩ରେ ସାମିଲ ହେବେ । ତୃତୀୟ ଦିନରେ ଶ୍ରୀ ପ୍ରଧାନ ଦେବଗଡର ବଡବଗିଚା ଏବଂ ସମ୍ବଲପୁର ରେଙ୍ଗାଲି ବ୍ଲକରେ ଆୟୋଜିତ ପୃଥକ ପୃଥକ ଗରିବ କଲ୍ୟାଣ ସମାବେଶରେ ଯୋଗଦେବା ସହ ପୁରାତନ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ ।
ଜୁନ ୧୧ ତାରିଖ ଗସ୍ତର ଶେଷ ଦିନରେ ଶ୍ରୀ ପ୍ରଧାନ ବରଗଡରେ ବିପିସିଏଲର ବାୟୋ ଇଥାନଲ ରିଫାଇନାରୀ ପରିଦର୍ଶନ କରିବା ସହ ବଲାଙ୍ଗୀର ଟାଉନ ଠାରେ ଇନଡୋର ଷ୍ଟାଡିୟମ ଉଦଘାଟନ କରିବେ । ବରଗଡ ନୃସିଂହନାଥ ପାଇକମାଲ ଠାରେ ଗରିବ କଲ୍ୟାଣ ସମାବେଶ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
